Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲେଙ୍ଗାନାରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଭାରତୀୟ ବାୟୁସେନାର ପିଲାଟସ ପ୍ରଶିକ୍ଷଣ ବିମାନ ତେଲେଙ୍ଗାନାର ଡୁଣ୍ଡିଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ଭୟଙ୍କର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ବାୟୁସେନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି।

ସୋମବାର ସକାଳେ ଭାରତୀୟ ବାୟୁସେନା ଏହାର ସୂଚନା ଦେଇଛନ୍ତି। ତେଲେଙ୍ଗାନାର ଡୁଣ୍ଡିଗଲରେ ପିଲାଟସ ପ୍ରଶିକ୍ଷଣ ସମୟରେ ଏକ ପ୍ରଶିକ୍ଷଣପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ବସିଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ।

ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ହାଇଦ୍ରାବାଦ ବିମାନ ଦୁର୍ଘଟଣାରେ ମୁଁ ଦୁଃଖିତ। ଏହା ବହୁତ ଦୁଃଖଦ ଯେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖର ସମୟରେ ଶୋକସନ୍ତପ ପରିବାର ପ୍ରତି ସମବେଦନା ରହିଛି।

ଆଇଏମଏଫ ଅନୁଯାୟୀ, ଏହି ଦୁର୍ଘଟଣାରେ ଆହତ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଜୁନରେ କର୍ଣ୍ଣାଟକର ଚାମରାଜନଗର ଅଞ୍ଚଳରେ ବାୟୁସେନର ଏକ ବିମାନ ଦୁର୍ଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଅଳ୍ପକେରୁ ବର୍ତ୍ତି ଯାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ