Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଅଭିଭାବକ ସଂଘର ତୀବ୍ର ପ୍ରତିକ୍ରିୟା ପ୍ରକାଶ, ବିଦ୍ୟାଳୟର ଅଧକ୍ଷଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ସହିତ ବଦଳି ଦାବି

ସମ୍ବଲପୁର:କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ ସମ୍ବଲପୁରରେ ଘଟିଥିବା ଶିକ୍ଷକଙ୍କ ଜଣେ ଛାତ୍ରୀ ଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଅବିଭାବକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି I ଅଭିଯୁକ୍ତ ଶିକ୍ଷକ ଅରୁଣ କୁମାର ଯୋଶୀ ଙ୍କୁ କଠୋର ଦଣ୍ଡବିଧାନ କରିବା ସହିତ ବିଦ୍ୟାଳୟର ଅଧକ୍ଷ ଡ.ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଏବଂ ଯୌନ ନିର୍ଯାତନା ମାମଲା ର ସମାଧାନ ପାଇଁ ବିଦ୍ୟାଳୟ ସ୍ତରରେ ଗଠିତ ଆଭ୍ୟନ୍ତରୀଣ ଅଭିଯୋଗ ସମିତିର କାଉନସିଲର ଙ୍କୁ ମଧ୍ୟ ଏହି ଘଟଣାରେ ତଦନ୍ତ ପରିସରଭୁକ୍ତ କରିବା ଏବଂ ଅଧକ୍ଷ ଡ. ଷଡ଼ଙ୍ଗୀ ଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଅଭିଭାବକ ସଂଘ ଦାବି କରିଛି I ସଂଘ ର ସଭାପତି ସରୋଜ ଦେଓଙ୍କ ସଭାପତିତ୍ୱରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ସମ୍ଭୁଖରେ ଅନୁଷ୍ଠିତ ଅଭିଭାବକ ସଂଘର ଜରୁରୀ ସାଧାରଣ ପରିଷଦ ବୈଠକରେ ଶତାଧିକ ଅଭିଭାବକ ଯୋଗଦାନ କରି ଘଟଣାକୁ ଦୃଢଭାବରେ ନିନ୍ଦା କରିଥିଲେ I ବିଦ୍ୟାଳୟର ଅଧକ୍ଷଙ୍କ ପରିଚାଳନାଗତ ବିଫଳତା ଯୋଗୁଁ ଶିକ୍ଷାଦାନ,ଭିତ୍ତିଭୂମି ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏହି ବିଦ୍ୟାଳୟ ଆଜି ସମଗ୍ର ଦେଶରେ ବଦନାମ ହୋଇଛି ବୋଲି ଅଭିଭାବକ ମାନେ ମତ ପ୍ରକାଶ କରିଥିଲେ I ବୈଠକକୁ ଅଭିଭାବକ ସରୋଜ ସାହୁ ପରିଚାଳନା କରିଥିବା ବେଳେ ଅଶ୍ବିନୀ ପ୍ରଧାନ, ଅମ୍ବିକା ବଢ଼େଇ, ମୁନମୁନ ମିର୍ଦ୍ଧା , ଡ. ସସ୍ମିତା ମହାରଣା, ଅନୁରାଧା ବେହେରା, ମଞ୍ଜୁଲତା ମିର୍ଦ୍ଧା, ଇଶ୍ୱର ବଡ଼ପଣ୍ଡା, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ବିଶ୍ୱସ୍ୱରୂପ ମାଝୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଉପରୋକ୍ତ ମତ ପୋଷଣ କରିଥିଲେ I ପର୍ଯ୍ୟାୟକ୍ରମେ ଏହି ଘଟଣା ଏବଂ ବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ କୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡେପୁଟି କମିଶନର ଶ୍ରୀହନର ବୋଷ, ଜ଼ିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ପ୍ରମୁଖ ଙ୍କୁ ଭେଟି ସାକ୍ଷାତ ଆଲୋଚନା କରିବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଫୋରମ ରେ ଲିଖିତ ଦାବି କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା I ପରିଶେଷରେ ଅଭିଭାବକ ଦୁଲାଲ ଚନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ