ପିଡିଏସ୍ ଚାଉଳ ହେରଫେର ଅଭିଯୋଗ,ଜିଲ୍ଲାପାଳ ଙ୍କୁ ଫେରାଦ ହେଲେ ଆଁଇଲି ଗ୍ରାମର ହିତାଧିକାରୀ।

କୋକସରା ୦୫/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମର ହିତାଧିକାରୀଙ୍କ ୩ ମାସର ପିଡିଏସ୍ ଚାଉଳକୁ ପଞ୍ଚାୟତ କର୍ମଚାରୀ ହେରଫେର କରିଥିବା ଅଭିଯୋଗ ହୋଇଛି। ଏନେଇ ହିତାଧିକାରୀ ମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଫେରାଦ କରିଛନ୍ତି। ଅଭିଯୋଗ ଅନୁସାରେ, ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମର ୧୪୪ ଜଣ ହିତାଧିକାରୀ ୩ମା ସ ହେବ ପିଡିଏସ୍ ଚାଉଳ ପାଇ ନାହାନ୍ତି। ଏନେଇ ପିଇଓ ଙ୍କୁ ବାରମ୍ବାର କହିବା ପରେ ତଥା କୋକସରା ବିଡ଼ିଓ ଓ।ବ୍ଳକ ଯୋଗାଣ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦୀର୍ଘଦିନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ।ଚାଉଳ ନପାଇ ଗରିବ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ପଞ୍ଚାୟତ ପିଇଓ,ଯୋଗାଣ ସହାୟକ ଓ ନାଏବ ସରପଞ୍ଚଙ୍କ ସ୍ବାମୀ ମିଳିମିଶି ୧୪୪ ଜଣ ହିତାଧିକାରୀଙ୍କ ପିଡିଏସ୍ ଚାଉଳକୁ ହେରଫେର କରିଥିବା ଅଭିଯୋଗ କରି ସେମାନେ ଆଜି ୱାର୍ଡ଼ ସଭ୍ୟ ରାଜେଶ କୁମାର ସାହୁଙ୍କ ନେତୃତ୍ବରେ ବିନୋଦ ସାହୁ, ଶରତ ସାହୁ,ଯଦୁମଣି ମାଝୀ, ବିଷ୍ଣୁ ପ୍ରସାଦ ମାଝୀ, ବିରଞ୍ଚି ବାଗ, ଭୁବନେ ବାଗ ନକୁଳ ରାଉତ, ଜନ୍ମେଜୟ ରାଉତ ପ୍ରମୁଖ ହିତାଧିକାରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ହେରଫେର ରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।