Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡ଼ ମୁହାଁ ମିଗଜୋମ୍, ରାଜ୍ୟରେ ୨୪ ଘଣ୍ଟା ଯାଏ ରହିବ ଝିପିଝିପି ବର୍ଷା ସହ କୋହଲା ପାଗ

ଭୁବନେଶ୍ଵର: ଗତକାଲି ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହା ପରେ ବାତ୍ୟା ମିଗଜୋମ ଗଭୀର ଅବପାତ ହୋଇ ଛତିଶଗଡ଼ ମୁହାଁ ହୋଇଛି। ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହେବ ମିଗଜୋମ। ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଏହାରି ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଉପକୂଳ ଓଡ଼ିଶରେ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ କୋହଲା ପାଗ ଲାଗି ରହିବ।

ବାତ୍ୟା ମିଗଜୋମ୍ ଛତିଶଗଡ଼ ମୁହାଁ ଯୋଗୁଁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିରରେ ବର୍ଷା ସମ୍ଭାବନା ରହିଛି। ଏହା ବାଦ୍ ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ଵର ଓ କଟକରେ ସକାଳୁ ଝିପି ଝିପି ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ସହ କୋହଲା ପାଗ ରହିବ। ତେବେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ମିଗଜୋମ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହୋଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ୧୦୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି। ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ଯାଏ କୋହଲା ପାଗ ସହ ଝିପିଝିପି ବର୍ଷା ଲାଗି ରହିଛି।