Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିକା ସଂସ୍ଥାର ୭ ଟି ଗାଡ଼ିରୁ ତେଲ ଚୋରି, ଥାନାରେ ଏତଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ଠାରେ ରାସ୍ତା ନିର୍ମାଣ କରୁଥିବା ଏକଠିକା ସଂସ୍ଥାର ୭ଟି ଗାଡ଼ି ର ତେଲ ଟାଙ୍କି ତାଲା ଭାଙ୍ଗି କେହି ଦୁର୍ବୁତ୍ତ ପ୍ରାୟ ୪ଶହ ରୁ ଉର୍ଦ୍ଧ୍ବ ଲିଟର ଡିଜେଲ ଚୋରି ହୋଇଥିବା ନେଇ ଠିକା ସଂସ୍ଥା ତରଫରୁ ଲିଖିତ ଅଭିଯୋଗ ହୋଇଛି। ଦାରିଙ୍ଗବାଡ଼ି ପୋଲିସ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଗତ ୩ତାରିଖ ବିଳମ୍ବିତ ରାତି ପ୍ରାୟ ୧ଘଣ୍ଟା ସମୟରେ କିଛି ଦୁର୍ବୁତ୍ତ ଏକ ଅଟୋ ରେ ଆସି ୩ଟି ଡମ୍ପର,ଗୋଟିଏ ପାଣି ଟାଙ୍କି,୨ଟି ଚେନ ମେସିନ ଓ ଗୋଟିଏ ଜେସିବିର ତେଲ ଟାଙ୍କି ଭାଙ୍ଗି ତେଲ ଚୋରି କରି ନେଇଛନ୍ତି। ଏନେଇ ଠିକା ସଂସ୍ଥାର କର୍ମଚାରୀ ଆଶିଷ ଖାଁ ଲିଖିତ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥା କ୍ୟାମ୍ପକୁ ଲାଗି ରହିଥିବା ୯ସିସିଟିଭି ଫୁଟେଜ କୁ ଯାଞ୍ଚ କଲେ ଦୁର୍ବୁତ୍ତ ମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇ ପାରିବେ ବୋଲି ସାଧାରଣରେ ପ୍ରକାଶ ପାଇଛି। ସୂଚନା ପ୍ରକାରେ କିଛି ଦିନ ପୂର୍ବରୁ ମଧ୍ୟ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଦୁର୍ବୁତ୍ତ ମାନେ ଗୋଟିଏ ବାଇକ ଚୋରି କରି ନେଇଛନ୍ତି। ତେଣୁ ପୁଲିସ ଏହି ଘଟଣା କୁ ଗୁରୁତର ସହ ଗ୍ରହଣ କରି ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଆରମ୍ଭ କରିଥିବା ଥାନା ତରଫରୁ ସୂଚନା ମିଳିଛି। ବିଳମ୍ବିତ ରାତି ପ୍ରାୟ ୧ଘଣ୍ଟା ସମୟରେ କିଛି ଦୁର୍ବୁତ୍ତ ଏକ ଅଟୋ ରେ ଆସି ୩ଟି ଡମ୍ପର,ଗୋଟିଏ ପାଣି ଟାଙ୍କି,୨ଟି ଚେନ ମେସିନ ଓ ଗୋଟିଏ ଜେସିବିର ତେଲ ଟାଙ୍କି ଭାଙ୍ଗି ତେଲ ଚୋରି କରି ନେଇଛନ୍ତି। ଏନେଇ ଠିକା ସଂସ୍ଥାର କର୍ମଚାରୀ ଆଶିଷ ଖାଁ ଲିଖିତ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥା କ୍ୟାମ୍ପକୁ ଲାଗି ରହିଥିବା ସିସିଟିଭି ଫୁଟେଜ କୁ ଯାଞ୍ଚ କଲେ ଦୁର୍ବୁତ୍ତ ମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇ ପାରିବେ ବୋଲି ସାଧାରଣରେ ପ୍ରକାଶ ପାଇଛି। ସୂଚନା ପ୍ରକାରେ କିଛି ଦିନ ପୂର୍ବରୁ ମଧ୍ୟ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଦୁର୍ବୁତ୍ତ ମାନେ ଗୋଟିଏ ବାଇକ ଚୋରି କରି ନେଇଛନ୍ତି। ତେଣୁ ପୁଲିସ ଏହି ଘଟଣା କୁ ଗୁରୁତର ସହ ଗ୍ରହଣ କରି ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଆରମ୍ଭ କରିଥିବା ଥାନା ତରଫରୁ ସୂଚନା ମିଳିଛି।