Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬୦ କୋଟି ଗଣତି ସାରିଲାଣି, ଆହୁରି ବାକି ଅଛି ୭୧ଟି ବ୍ୟାଗ୍, ମେସିନ ବି ହାଲିଆ ହେଲାଣି !

ବଲାଙ୍ଗିର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠିକଣାରେ ଚତୁର୍ଥ ଦିନ ମଧ୍ୟ ଆୟକର ବିଭାଗର ଚଢଉ ଜାରି ରହିଛି। ଚତୁର୍ଥ ଦିନରେ ଧୀରଜ ସାହୁର ଫାର୍ମ ମ୍ୟାନେଜର ବଣ୍ଟିର ବଲାଙ୍ଗୀରର ସୁଦାପଡ଼ା ସ୍ଥିତ ବାସଭବନରେ ଚଢାଉରେ ମିଳିଥିବା ନଗଦରେ ଭର୍ତ୍ତି ବ୍ୟାଗ୍ ଗୁଡ଼ିକର ଗଣତି ଜାରି ରହିଛି। ଧୀରଜଙ୍କ ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ ପରେ ଯେଉଁ ପରିମାଣରେ ପୁଳା ପୁଳା ଟଙ୍କା ମିଳିଛି ତାହା ସଭିଙ୍କୁ ବିସ୍ମିତ କରିଛି। କେବଳ ବ୍ୟାଙ୍କ କର୍ମଚାରୀ ନୁହନ୍ତି ମେସିନ ମଧ୍ୟ ଟଙ୍କା ଗଣି ଗଣି ହାଲିଆ ହୋଇ ସାରିଲାଣି।

ଏ ଯାବତ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରେ ୧୬୦ କୋଟି ଟଙ୍କା ଗଣତି ସରିଲାଣି। ଗତକାଲି ରାତି ସୁଦ୍ଧା ୧୬୦ କୋଟି ଟଙ୍କା ଗଣତି ସରିଥିବା ସଦ୍ୟତମ ସୂଚନାରୁ ଜଣା ଯାଇଛି। ଆଜି ୨୫ରୁ ୩୦ ମେସିନରେ ୫୦ କର୍ମଚାରୀ ଗଣତି କରୁଛନ୍ତି। ୧୦୫ ବ୍ୟାଗ ଟଙ୍କା ଗଣତି ସରିଥିବା ବେଳେ ୭୧ ବ୍ୟାଗ ବାକିର ଗଣତି ବାକି ରହିଛି। ଆଜି ଗଣତି ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ମଦଭାଟିକୁ ଏତେ ଟଙ୍କା କିପରି ଆସିଲା ସେ ନେଇ ଖୋଳତାଡ଼ ଜାରି ରହିଛି।

ଆୟକର ଦଳକୁ ସହଯୋଗ କରିବା ପାଇଁ ହାଇଦ୍ରାବାଦରୁ ମଧ୍ୟ ଆୟକର ବିଭାଗର ୨୦ ଜଣିଆ ଦଳ ଶନିବାର ବଲାଙ୍ଗିର ପହଞ୍ଚିଛନ୍ତି। ଏହି ଦଳରେ ଆୟକର ବିଭାଗର ବିଶ୍ଳେଷକ ମଧ୍ୟ ରହିଛନ୍ତି। ଏହି ଟିମ୍ କମ୍ପାନୀରେ ବ୍ୟବହୃତ କମ୍ପ୍ୟୁଟର ଏବଂ ବିଭିନ୍ନ ବୈଦ୍ୟୁତିକ ଉପକରଣର ଯାଞ୍ଚ କରି ପାରନ୍ତି। ଏହି ଯାଞ୍ଚ ବେଳେ ଅନେକ ପ୍ରକାରର ଦସ୍ତାବିଜ ମିଳିବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ