Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିରଳ ରକ୍ତଦାତାଙ୍କ ଡାକ୍ତରଙ୍କୁ ରକ୍ତଦାନ

ସମ୍ବଲପୁର(ହୀରାକୁଦ):ବିରଳ ରକ୍ତରେ ଜଣେ ଡାକ୍ତରଙ୍କୁ ରକ୍ତଦାନ କରି ପୁଣି ଏକ ଭଲ ଖବର ସାମ୍ନାକୁ ଆସିଛି।ଡୋନର୍ସ ଗ୍ରୁପ ହୀରାକୁଦର ରକ୍ତଦାନ ସଂଗଠକ କେ ସାଇପ୍ରସାଦ ରାଓଙ୍କ ସହଯୋଗରେ ସମ୍ବଲପୁରର ବିକାଶ ହସ୍ପିଟାଲରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ପୁରାତନ ଚିକିତ୍ସା ଅଧିକାରୀଡା ଡାକ୍ତର ଧବଳେଶ୍ୱର ଚୌଧୁରୀ ଗୁରୁତର ରୋଗୀ ଙ୍କୁ ବିରଳ ରକ୍ତ ଏବି-ଭିଇ ରକ୍ତ ଦାନ କରାଯାଇଛି।ଗୋାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିବାସୀ ପ୍ରଫୁଲ୍ଲ କୁମାର ସାହୁ ଏହି ବିରଳ ରାକ୍ତଦାନ କରିଛନ୍ତି।ବରଗଡ ରକ୍ତ ଭଣ୍ଡାରକୁ ଆସି ସେ ରକ୍ତଦାନ କରିଥିଲେ ।ପ୍ରଫୁଲ୍ଲ ସାହୁ ଦେବଦୂତ ହୋଉ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ନେଇ ଶ୍ରୀକୃଷ୍ଣ ଚୈତନ୍ଯ ପ୍ରଫୁଲ୍ଲ ଭାଇ, ଦେବଦୂତ ବ୍ଲଡ଼ ଡୋନର୍ସ ଗ୍ରୁପ ଓ ସମାଜ ସେବୀ କେ ସାଇ ପ୍ରସାଦ ରାଓ ରକ୍ତଦାତାଙ୍କୁ କୃତଜ୍ଞ ଜଣାଇଥିଲେ । ବିରଳ ରକ୍ତଦାତା ଦୀଘାୟୁ ହୁଅନ୍ତୁ ।