Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ର ଛାତ୍ରଛାତ୍ରୀ ମାନେ ବାଲ୍ୟ ବିବାହ ବିରୋଧ କରି ସହର ପରିକ୍ରମା କରିଥିଲେ ଏକ ସଚେତନତା ବାର୍ତ୍ତା ନେଇ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ବାଲ୍ୟ ବିବାହ ବିରୋଧରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା I ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏକ ରାଲିକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଶିବ କୁମାର ପୁରୋହିତ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏଥିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଡ଼.ଶିଶିର ବଣିଆ , ନରେନ୍ଦ୍ର ଝା , ଯାମିନୀ ଦାଶ , ବିଜୟ କୁମାର ପଧାନ , ସ୍ମୃତି ରଞ୍ଜନ ଭରାସାଗର , ହରପ୍ରିୟା ମହାପାତ୍ର , ସିମାରାଣି ବେହେରା , ସୁବାଷ ଚନ୍ଦ୍ର ଶତପଥୀ ପ୍ରମୁଖ ନେତୃତ୍ୱ ନେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜଗଦିଶ ସାହୁ ଓ ଶ୍ରୀରାମ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ I ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ରାଲିରେ ସାମିଲ ହୋଇଥିଲେ l