Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ – ଓ”ରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳପଡିଆ ଠାରେ ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ”ରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ କୁଚିଣ୍ଡା ସହକାରୀ ଜିଲ୍ଲା ଅଧିକାରୀ ଅନିଭା ନାୟକ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ କୁଚିଣ୍ଡା ଉପ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ସମ୍ବଲପୁର ଜିଲ୍ଲା ସହକାରୀ ମଙ୍ଗଳ ଅଧିକାରୀ ସୁବାଷ ସାହୁ, ଅର୍ଡାବହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ରଞ୍ଜନ କୁମାର ନାଏକ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟଅତିଥି, ମୁଖ୍ୟବକ୍ତା, ସମ୍ମାନୀୟ ଅତିଥି ଗଣ ବକ୍ତବ୍ୟ ମାଧ୍ୟମରେ ପାଠ ସହିତ ଖେଳ ଖେଳିବା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ଯୋଗୁଁ ସ୍ୱାସ୍ଥ୍ୟର ସୁରକ୍ଷା ହୋଇ ପାରିବ। ହାରିବା ଜିତିବା ଉପରେ ଗୁରୁତ୍ବ ନଦେଇ ଖେଳ ଓ ଶାରୀରିକ ସ୍ୱସ୍ଥ ରହିବା ହିଁ ପ୍ରକୃତ ମାନବ ଜୀଇଁ ବାର ପଥ। ଏହାଦ୍ବାରା ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟେ। ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହୋଇପାରେ। ବ୍ୟକ୍ତି କେନ୍ଦ୍ରିକ ନ ହୋଇ ସମାଜ ସେବାରେ ନିଜକୁ ନିୟୋଜନ କରିବା। ଯୁବଶକ୍ତି ର ପ୍ରଗତି ହେଲେ ଦେଶର ପ୍ରଗତି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଜମି ପ୍ରଦାନ କରିଥିବା କୃଷ୍ଣଚନ୍ଦ୍ର ଭୋଇ, ସରୋଜିନୀ ପଧାନ, ମଥୁରା ଦେହୁରୀ, ରାମ ପ୍ରସାଦ ଝଙ୍କାର, ବୈଶାଳୀ କାଲୋ, ଗୁଣନିଧି ଭୋଇ, ରୁଦ୍ର ଦେହୁରୀ, କରୁଣାକର ନାଏକ, ସତ୍ୟବାଦୀ ନାଏକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା” ସମଲେଶ୍ବରୀ ଫଟୋଚିତ୍ର ପୁଷ୍ପମାଲ୍ୟ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା। ସଭାକୁ ସହକାରୀ ଅଧ୍ୟାପିକା ସୁନୀତା ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବକୁ ସହକାରୀ ଅଧ୍ୟାପିକା ମଧୁସ୍ମିତା ବେହେରା ପରିଚାଳନା କରିଥିବା ବେଳେ ସହକାରୀ ଅଧ୍ୟାପିକା ତୃପ୍ତିମୟୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନ ସାଢେ଼ ୨ ଟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିତରଣୀ ଏବଂ ଛାତ୍ରୀଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବଡ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସହକାରୀ ଅଧ୍ୟାପିକା ସଂଯୁକ୍ତ ମୁଦୁଲି ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅର୍ପିତା ରାୟ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ମେଟ୍ରନ ପ୍ରଭଞ୍ଜିନି ପଟେଲ, ଭିକାରୀ ଦେହୁରୀ, କିଶୋର ନାଏକ ପ୍ରମୁଖଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।