Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମୟ ଏବେ କଡ ବଦଳାଇଛି, ସମାଜରେ ଆସିବ ଭଲ ପରିବର୍ତନ; ଭୁବନେଶ୍ୱରରେ କହିଲେ ମୋହନ ଭାଗବତ

ଭୁବନେଶ୍ୱର: ସମୟ ଏବେ କଡ ବଦଳାଇଛି । ସମାଜରେ ଆସିବ ଭଲ ପରିବର୍ତନ । ଭୁବନେଶ୍ୱରରେ ଆୟୋଜିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦରେ ଯୋଗ ଦେଇ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଭାରତ ଏକ ନୂଆ ରୂପ ସହ ପରିବର୍ତନ ହେବାକୁ ଯାଉଛି । ପରିବର୍ତନ ନେଇ ବହୁତ ଜୋରରେ ପ୍ରଚାର ଓ ପ୍ରସାର ହେଉଛି । ଖାଲି ପ୍ରଚାର ପ୍ରସାର ନୁହେଁ, ଏଥିଲାଗି କଠିନ ପରିଶ୍ରମ ଲୋଡା । ଏହି ଧାରାରେ ସାହିତ୍ୟର ଭୁମିକା ନେଇ ଅବତାରଣ କରିଛନ୍ତି ଭାଗବତ ।

ସେ କହିଛନ୍ତି, ସମାଜାରେ ଯାହା ଆବଶ୍ୟକ ତାହା ସାହିତ୍ୟିକ ଲେଖିବା ଉଚିତ୍ । ହିନ୍ଦୁ ପରମ୍ପରା ଓ ସଂସ୍କୃତିର ପ୍ରସାର ଲାଗି କିଛି ଆବଶ୍ୟକ ଅଛି । ତୁମେ ହିନ୍ଦୁ ନୁହେଁ ଭଳି ଅନେକ ନକରାତ୍ମକ ପୁସ୍ତକ ଏବେ ପ୍ରକାଶିତ ହେଉଛି । ସମାଜକୁ ନକରାତ୍ମକ ଦିଗରେ ପହଂଚାଉଥିବା ଏଭଳି ପୁସ୍ତକ ମାରାତ୍ମକ । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ୩୦୦ରୁ ଅଧିକ ସାହିତ୍ୟିକ ପହଞ୍ଚିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୭ ଜଣ ସାହିତ୍ୟ ବିଦ୍ୱାନଙ୍କୁ ସମ୍ମାନିତ କରିବେ ଡ଼ ଭାଗବତ ।

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରବାଦୀ ଚିନ୍ତାଧାରା ରଖି ଭାରତର ସଭ୍ୟତା, ସଂସ୍କୃତିର ସଂରକ୍ଷଣ କରିବା ସହିତ ଦେଶର ଏକତା ଅଖଣ୍ଡତା, ଗୌରବ ନିମନ୍ତେ କାର୍ଯ୍ୟ କରିଥାଏ। ଦେଶର ସମସ୍ତ ପ୍ରଦେଶର ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଶାଖାମାନ ରହିଛି। ବର୍ତ୍ତମାନ ଦେଶ ଭିତରେ ପାଖା ପାଖି ୨୫୦ଟି ଶାଖା କାର‌୍ୟ୍ୟ କରୁଛି। ସମାଜ କଲ୍ୟାଣ ପାଇଁ ସାହିତ୍ୟ ରଚନା କରିବା, ଗଭୀର ଚିନ୍ତନ ଦ୍ୱାରା ଦେଶର ସଂକଶୃତିକୁ ପରିଭାଷିତ କରିବା ହେଉଛି ପରିଷଦର ଲକ୍ଷ୍ୟ ବୋଲି କୁହାଯାଇଛି ।