Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ମଣ୍ଡି ୩ ପଞ୍ଚାୟତ ର ଧାନ ବିକ୍ରି,ସ୍ଥାନ ଅଭାବ ରୁ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ।

କୋକସରା:୨୬/୧୨
ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଗତ ନଭେମ୍ବର ୨୯ ରୁ।କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ଧାନ ମଣ୍ଡି ରେ ଦେଖାଦେଇଛି ଚାଷି ଙ୍କ।ମଧ୍ୟରେ ଅସନ୍ତୋଷ। ଏହି ମଣ୍ଡି ରେ କୋକସରା।ପେକ୍ସ ଅଧୀନରେ ୩ ପଞ୍ଚାୟତ କୋକସରା, ମାଝୀଗୁଡା ଓ ରେଙ୍ଗାଳପାଲି ର ଚାଷି ଧାନ ବିକ୍ରି ପାଇଁ ବ୍ୟବସ୍ଥା ରହିଥିବା ବେଳେ ଚାଷି ଙ୍କ ବିକ୍ରି ଧାନ ପାଇଁ ମଣ୍ଡି ରେ ଆବଶ୍ୟକ ସ୍ଥାନ ଅଭାବ ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଚଳିତ ବର୍ଷ କୋକସରା ପେକ୍ସ ରେ ୩ ପଂଚାୟତ ର ୧୫୨୫ ଚାଷି ଧାନ ବିକ୍ରି ପାଇଁ ଅନ ଲାଇନ ରେଜିଷ୍ଟ୍ରେସନ କରିଥିବା ବେଳେ ଶନିବାର ସୁଦ୍ଧା ୫୮୨ ଚାଷି ଙ୍କ ୨୩,୧୦୬,୫୨ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଛି। ମଣ୍ଡି ରେ ୮୦ ହଜାର କ୍ୱିଣ୍ଟାଲ ଟାର୍ଗେଟ ରହିଥିବା ବେଳେ ୭ ଗୋଟି ମିଲ ଟେଗ କରାଯାଇଛି। ଦୈନିକ ୨ ହଜାର ରୁ ୨୫ ଶହ କ୍ୱିଣ୍ଟାଲ ଧାନ କ୍ରୟ ହେଉଥିବା ବେଳେ ବର୍ତମାନ ମଣ୍ଡି ରେ ୧୦ ହଜାର ରୁ ଉର୍ଦ୍ଧ କ୍ୱିଣ୍ଟାଲ ଧାନ ପଡି ରହିଛି। ଅନ୍ୟପଟେ ମଣ୍ଡି ରେ ସ୍ଥାନ ଅଭାଵ ରୁ ଅନେକ ଚାଷି ମଣ୍ଡି କୁ ଟୋକନ ଅବଧି ଥାଇ ମଧ୍ୟ ଧାନ ଆଣି ପାରୁନାହାନ୍ତି ଓ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ହାଡଭଙ୍ଗା ଶୀତ କାକର ରେ ଦୀର୍ଘ ଦିନ ଧରି ମଣ୍ଡି ରେ ପଡି ରହୁଥିବା ଅଭିଯୋଗ କରିଛନ୍ତି। ମଣ୍ଡି ରେ କିଛି ଧାନ ବେପାରୀ।ମାନେ ମଧ୍ୟ ସକ୍ରିୟ ରହି ଛୋଟ ଚାଷି ଙ୍କ ଟୋକନ କୁ କିଛି ଟଙ୍କା ଦେଇ ନିଜର ଅଣ୍ଡର ରେଟ ରେ କିଣିଥିବା ଧାନ କୁ ଆଣି ବିକ୍ରି କରୁଥିବା ନେଇ ଚାଷି ଅଭିଯୋଗ କରିଛନ୍ତି। ତେବେ ତିନି ପଞ୍ଚାୟତ ରେ ସ୍ୱତନ୍ତ୍ର ମଣ୍ଡି ଖୋଲିଲେ ହିଁ ଚାଷି ସୁଚାରୁ ରୂପେ ଧାନ ବିକ୍ରି କରିପାରିବେ ବୋଳି ଚାଷିନେତା ଶିଵ ପ୍ରସାଦ ପ୍ରଧାନୀ ସମେତ ଚାଷି ଲକ୍ଷ୍ମୀ ପ୍ରଧାନୀ , ପ୍ରକାଶ ଚୌଧୁରୀ, ସୀମାଞ୍ଚଳ ବେହେରା,ବାବୁ ସାହୁ,ଶିଶିର ପ୍ରଧାନୀ,ଧନେଶ୍ୱର ଗୋପାଳ,କ୍ଷୀରସିନ୍ଧୁ ନେଗି,ଅଜିତ ପ୍ରଧାନୀ,ସୁନିଲ ପ୍ରଧାନୀ, ଜୟଲାଲ ନାଏକ, ସୁଶାନ୍ତ ନିଆଳ, ନବୀନ କିଶୋର ପ୍ରଧାନୀ, ସନତ ପ୍ରଧାନୀ, ପ୍ରଦୀପ ପାଟଯୋଶୀ ଚାଷୀମାନେ ଦାବି କରିଛନ୍ତି।ଏ ଦିଗରେ ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି କୋକସରା, ମାଝୀଗୁଡା ଓ ରେଙ୍ଗାଳପାଲି ପଂଚାୟତ ରେ ସ୍ୱତନ୍ତ୍ର ଅଲଗା ଅଲଗା ମଣ୍ଡି ଖୋଲି ଚାଷି ଙ୍କ ଧାନ ସଂଗ୍ରହ କରିବାକୁ ଦାବି କରିଛନ୍ତି।