Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : ରାଜଧାନୀରେ ଦୁଇ ଘଣ୍ଟା ଅଟକ ରଖାଯିବା ଘଟଣା

ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି ରାତିରେ ରାଜଧାନୀରେ ବିରୋଧ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅପରାଜିତା। ସେ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମୋତେ ଭୁବନେଶ୍ୱର ୱାର୍ଡ ନଂ-୪୩ରେ ଲକ୍ଷ୍ମୀସାଗର ପୁରୁଣା ଡାକଘର ଗଳିରେ ଦୁଇ ଘଣ୍ଟା ଧରି କିଛି ଅସାମାଜିକ ଲୋକ ଅଟକ ରଖିଥିଲେ। ମୁଁ ସ୍ଥାନୀୟ ଲୋକଙ୍କ ନିମନ୍ତ୍ର୍ରଣକ୍ରମେ ସେଠାକୁ ଯାଉଥିଲି। ମୁଁ ପୁଲିସକୁ ଅପେକ୍ଷା କରି କାର୍ ଭିତରେ ୨ ଘଣ୍ଟା ବସି ରହିଲି। ମୋର ଦୁଇ ଘଣ୍ଟା ସମୟ ନଷ୍ଟ ହେଲା| ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ଅଟକାଯାଇପାରିବ କି? ସୁରକ୍ଷା ନେଇ ପୁଲିସର ଏଭଳି ପାତରଅନ୍ତର ନୀତି ମୋତେ ଦୁଃଖ ଦେଇଛି। ଏହା ହେଉଛି ଏଠାକାର ଆଇନଶୃଙ୍ଖଳାର ସ୍ଥିତି। ମୋର ନଷ୍ଟ ହୋଇଥିବା ସମୟର କ୍ଷତିପୂରଣ ଦେବେ କି ମୁଖ୍ୟମନ୍ତ୍ରୀ? ଏହା ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି।