Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

17ତମ ଦିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ 17ତମ ଦିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଙ୍ଗାଲି ଡେ ନାଇଟ୍ ଖେଳ ପଡିଆ ରେ ଆରମ୍ଭ ହୋଇଯାଇଛି। ରେଙ୍ଗାଲି ର ସବୁଠାରୁ ଲୋକପ୍ରିୟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ରେଙ୍ଗାଲି ମହାବୀର ଛକ କ୍ରିକେଟ କ୍ଲବ୍ ପକ୍ଷାରୁ ପ୍ରତି ବର୍ଷ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯଇଥାଏ। ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନୀ ରେ ଅବସର ପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ପ୍ରଫୁଲ୍ଲ ଗହୀର ଏବଂ ରେଙ୍ଗାଲି ପ୍ରମେୟ ପ୍ରତିନିଧି ନରେଶ ମାହଣା, ରେଙ୍ଗାଲି ବିଦ୍ୟୁତ୍ ବିଭାଗ ଏସ ଡି ଓ ଆଶିଷ କୁମାର ମହାନ୍ତି ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ। ଆସନ୍ତା 31 ତାରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ 24ଟି ଦଳ ଅଂଶଗ୍ରହଣ କରିଛନ୍ତି। ମହାବୀର ଛକ କ୍ରିକେଟ କ୍ଲବ୍ ର ସଦସ୍ୟ ମାନେ ଆୟୋଜନ ରେ ସହଯୋଗ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ