Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

‘ମୁଁ ଦୁହିଁଙ୍କ ପତ୍ନୀ, ରହିବି ତା ସହ ଯିଏ…’, ପାକିସ୍ତାନରୁ ଫେରିଥିବା ଅଞ୍ଜୁ କହିଲେ ମନର କଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବନ୍ଧୁତା ପରେ ପାକିସ୍ତାନୀ ପ୍ରେମୀ ନସରୁଲ୍ଲାଙ୍କ ସହ ବିବାହ କରି  ଫାତିମା ହୋଇଥିବା ଅଞ୍ଜୁ ସଂପ୍ରତି ଭାରତରେ ଅଛନ୍ତି। ସ୍ଵଦେଶ ଫେରିବା ପରଠୁ ଅଞ୍ଜୁ ଓରଫ ଫାତିମାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। କଣ ସେ ପାକିସ୍ତାନରୁ ଜାସୁସ ହୋଇ ଆସିଛନ୍ତି ନା ନିଜର ପ୍ରଥମ ସ୍ଵାମୀ ଓ ପିଲାଙ୍କ ସହ ରହିବେ ନା ଫାତିମା ହୋଇଥିବା ଅଞ୍ଜୁ ପୁଣି ଥରେ ନସରୁଲ୍ଲା ନିକଟକୁ ଫେରିଯିବେ।

ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ ଅଞ୍ଜୁ ସମସ୍ତ ପ୍ରଶ୍ନର ଖୋଲିକି ଉତ୍ତର ଦେଇଛନ୍ତି। ଅଞ୍ଜୁ କହିଛନ୍ତି ସେ ବର୍ତ୍ତମାନ ନିଜ ପିଲାଙ୍କ ସହ ଅଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସ୍ଵାମୀ ଅରବିନ୍ଦ  ତାଙ୍କ ସହ ନାହାନ୍ତି। ପ୍ରଥମ ସ୍ଵାମୀ ଅରବିନ୍ଦ ଭିଓ୍ଵାଡିରେ ଅଛନ୍ତି ଓ ସେ ଦିଲ୍ଲୀ ଉପକଣ୍ଠ ଅଞ୍ଚଳରେ ନିଜ ପିଲାଙ୍କ ସହ ରହୁଛନ୍ତି।

ମୁଁ ଦୁହିଁଙ୍କ ପତ୍ନୀ

ଫାତିମା ହୋଇଥିବା ଅଞ୍ଜୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଉଭୟଙ୍କ  ପତ୍ନୀ। ଆଉ ରହିବି ତା ସହ ଯିଏ ତାଙ୍କୁ ହୃଦୟରୁ ବିବାହ କରିଛନ୍ତି। ଆଇନତଃ ସେ ଏବେ ମଧ୍ୟ ଅରବିନ୍ଦଙ୍କ ସ୍ଵାମୀ। ପାକିସ୍ତାନରେ ନିକାହ କରିଥିବାରୁ ମୁଁ ନସରୁଲ୍ଲାଙ୍କ ମଧ୍ୟ ପତ୍ନୀ। ମୁଁ ଛାଡ଼ପତ୍ର ପାଇଁ କୌଣସି ଆବେଦନ କରି ନାହିଁ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି  ଅଞ୍ଜୁ କହିଛନ୍ତି।

ଅଞ୍ଜୁ କହିଛନ୍ତି, ଅଳ୍ପ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା। ଆଉ ୧୭ ବର୍ଷ ବୟସରେ ସେ ଏକ କନ୍ୟା ସନ୍ତାନର ମାତୃତ୍ଵ ଲାଭ କରିଥିଲେ। ସେ ଦାବି କରିଛନ୍ତି ପତି ଅରବିନ୍ଦଙ୍କଠୁ ବିବାହ କରିବା ପରଠୁ ସେ ହଇରାଣରେ ରହୁଥିଲେ। ସେ ନିଜ ଆଡୁ ବହୁତ ଉଦ୍ୟମ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ନସରୁଲ୍ଲା ମୋତେ ଗ୍ରହଣ କରିଛନ୍ତି ଏବଂ ମୋ ପିଲାଙ୍କୁ ମଧ୍ୟ ଗ୍ରହଣ କରିବେ। ଯଦି ପିଲାମାନେ ପାକିସ୍ତାନ ଯିବାକୁ ପ୍ରସ୍ତୁତ ତେବେ ସେଠାକୁ ନେଇ ଚାଲିଯିବି। ଯଦି ପିଲାମାନେ ପ୍ରସ୍ତୁତ ନାହାନ୍ତି ତେବେ ନସରୁଲ୍ଲା ଭାରତ  ଆସିବେ ବୋଲି ଅଞ୍ଜୁ କହିଛନ୍ତି।