Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ

          ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଗ୍ରାମିଣ ବିକାଶ କ୍ରିୟା ନୁଷ୍ଠାନ କମିଟି ସଭାପତି ଋଷି କୁମାର ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାକୁ ବରଗଡ଼ ର ବିଶ୍ଵ ମଞ୍ଚର କଂସ କଳାକାର ହୃଷୀକେଶ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ l  ବକ୍ତା ଭାବରେ ଐତିହାସିକ ସୁଦାମ ଚରଣ ନାୟକ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଧର୍ମ ନିରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରି ଥିବାବେଳେ ଉରୁକ୍ରମ ପାଣ୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ l ସନ୍ଧ୍ୟା ସମୟରେ ଗୋପପୁର ମଣ୍ଡପକୁ ଗୋପାଳ ପଣ୍ଡା ଉଦଘାଟନ କରିଥିଲେ l କଂସ ଦରବାରରେ ଆଞ୍ଚଳିକ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l