Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦେଶର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ ଉତ୍ସବ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶିକ୍ଷକ ସୁରୁମଣି ସୁନାନୀଙ୍କ ପରିଚାଳନାରେ ଦେଶର ପ୍ରଥମ ଶିକ୍ଷୟିତ୍ରୀ, ସମାଜ ସଂସ୍କାରକ ଓ ବିଶିଷ୍ଟ ସାମାଜିକ କର୍ମୀ ସାବିତ୍ରୀ ବାଇ ଫୁଲେଙ୍କ ୧୬୯ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବୁଦ୍ଧ ସାମାଜିକ ପରିବର୍ତ୍ତନ ସମିତି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମ୍ବଲପୁର ସର୍କଲର ଜଙ୍ଗଲ ବିଭାଗ ଏସିଏଫ ଯଶୋବନ୍ତ କରଲି ଓଏଫଏସ ୧ ମୁଖ୍ୟଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ନାରୀନେତ୍ରୀ ସୁଷମା ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମାତା ସାବିତ୍ରୀଙ୍କ ନାରୀ ଶିକ୍ଷା, ସତୀଦାହ ପ୍ରଥାର ନିର୍ମୁଲି କରଣ, ସମାନତା ତଥା ବିଭିନ୍ନ ସମାଜ ସଂସ୍କାର କାର୍ଯ୍ୟକ୍ରମ ଓ କାବ୍ୟ, କବିତା ଉପରେ ଆଲୋଚନା କରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ତାଙ୍କ ଜୟନ୍ତୀ ପାଳନ ପାଇଁ ଶିକ୍ଷା ବିଭାଗକୁ ଆହ୍ବାନ ଦେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ଭାଷଣ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କନ୍ଦର୍ପ ପ୍ରଧାନ ଓ ସାମାଜିକ କର୍ମୀ ଭୋଳନଥ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଯୁବ ନେତା ଶ୍ରଦ୍ଧାକର ଜୟପୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶିଶୁ କଳାକାର ମାନେ ସାବିତ୍ରୀ ବାଇ ଫୁଲେଙ୍କ ସମାଜ ସଂସ୍କାର ଆଧାରିତ ଗୀତକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଅତିଥି ଗଣ ବୁଦ୍ଧ ଓ ମତ ସାବିତ୍ରୀ ବାଇ ଫୁଲେଙ୍କ ସମ୍ମୁଖରେ ଦୀପ ଦାନ ଓ ଫୁଲ ମାଳ ଦେଇ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ। ସମଗ୍ର ଉପଖଣ୍ଡରୁ ଶତାଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିବା ବେଳେ ସୁପ୍ରିୟା ମହାନନ୍ଦ, ବିଳାସିନୀ ସୁନାନି, ଦିଲ୍ଲୀପ ତାଣ୍ଡିଆ, ସୁଶିଲ ସୁନାନି, ସଚ୍ଚି ମହାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।