ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ଜମନକିରା ବ୍ଲକର ବିଭିନ୍ନ ସ୍ଥାନ ପରିଭ୍ରମଣ


ଜମନକିରା : ଜମନକିରା ବିଡ଼ିଓ ରିନା ନାଏକଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ଗତକାଲି ଶୁଭାରମ୍ଭ ହୋଇଥିବା ବେଳେ ଆଜି ବ୍ଲକ ସ୍ଥିତ ବିଭିନ୍ନ ଅଞ୍ଚାଲରେ ଭ୍ରମଣ କରି ଗୁଆ ଚାଉଳ ସଂଗ୍ରହ କରାଯାଇଛି। ଗତକାଲି ରଥଟିର ଶୁଭ ଉଦଘାଟନ ଜମନକିରା ବ୍ଲକ ଅଧକ୍ଷା ଆଶ୍ରିତା ଭୋଇ ପତାକା ଦେଖାଇ ଉଦଘାଟନ କରିଥିଲେ l ଶ୍ରୀ ଜଗନ୍ନାଥ ଅର୍ପଣ ରଥଟି ଜମନକିରା ବ୍ଲକ ଅନ୍ତର୍ଗତ ୨୧ଗୋଟି ପଞ୍ଚାୟତକୁ ପରିକ୍ରମା କରି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇ ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିରରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ସମୟରେ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଅଂଚଳବାସୀ ଙ୍ ଠାରୁ ସଂଗ୍ରହ ହୋଇଥିବା ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରି ଶ୍ରୀମନ୍ଦିରକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକରମରେ ଜମନକିରା ବିଡ଼ିଓ ସୁଶ୍ରୀ ନାଏକଙ୍କ ସମେତ ବ୍ଲକ ଅଧକ୍ଷା ଶ୍ରୀମତୀ ଭୋଇ ବ୍ଲକ ଉପାଧ୍ୟାକ୍ଷ ରୋହିତ ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାଳିନୀ ସିଂ, ଜମନକିରା ଓଏଲଏମ ବିପିଏମ ସରୋଜ ମିଶ୍ର, ସୁନନ୍ଦା ମହାନ୍ତି, ଏପିଓ ମନୋଜ ଭୋଇ, ଓମପ୍ରକାଶ ସାହୁ, ଜମନକିରା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ପଣ୍ଡା, ଜମନକିରା ସମିତିସଭ୍ୟା ମିତା ମାଝୀ ଉପସ୍ଥିତ ରହି ରଥର ଶୁଭାରମ୍ଭ କରିଥିଲେ।ରଥ ଶୁଭାରମ୍ଭ ସମୟରେ ଅଞ୍ଚଳର ଷଣ୍ଡପଥର ଓ ଜମନକିରା କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଜଗନ୍ନାଥଙ୍କ ଆରାଧନା କରାଯାଇ ବ୍ଲକ ପରିସରରେ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହୋଇଥିବା ଶୁଭାରମ୍ଭ ସମୟରେ ଅଞ୍ଚଳର ବିଭିନ୍ନ ଏସଏସଜି ପକ୍ଷରୁ ହୁଳହୁଳି ଦେଇ ବ୍ଲକ ଅଧକ୍ଷା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫାଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ l କାର୍ଯ୍ୟକ୍ରମରେ ବ୍ଲକ କର୍ମକର୍ତ୍ତା ସହିତ ଅଂଚଳର ପିଆରଆଇ ସଦସ୍ୟ ସହିତ ଶତାଧିକ ଏସଏସଜି ମହିଳା ଉପସ୍ଥିତ ଥିଲେ। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ପରିକ୍ରମା କାର୍ଯ୍ୟକ୍ରମ ଥିବା ନେଇ ବିଡ଼ିଓ ସୁଶ୍ରୀ ରିନା ନାଏକ ପ୍ରକାଶ କରିଛନ୍ତି।