Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତାର ବାର୍ତ୍ତବାହାକ ହେବ ୨୦୨୪ କାଇଟ୍ ଫେଷ୍ଟିଭାଲ୍

ସମ୍ବଲପୁର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭବ୍ୟତା ଓ ବିବିଧତା ର ସହିତ ଆୟୋଜନ ହେବାକୁ ଯାଉଛି କାଇଟ୍ ଫେଷ୍ଟିଭାଲ୍ – ୨୦୨୪ । ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ପ୍ରନ୍ତୀୟ ବିଚାର ଧାରାରୁ ଉର୍ଦ୍ଧ୍ବ କୁ ଉଠି ସମସ୍ତେ ଏହି ଉତ୍ସବ ରେ ସାମିଲ ହେବାକୁ ଆହ୍ୱାନ ଦେଲା କାଇଟ୍ ଫେଷ୍ଟିଭାଲ୍ ର ଆୟୋଜକ ସମ୍ବଲପୁର ୟୁଥ୍ । ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ଚୁଡାନ୍ତ ପ୍ରସ୍ତୁତି ବୈଠକ ରେ ଏବିଷୟରେ ସୂଚନା ଦେଇଛନ୍ତି ସମ୍ବଲପୁର ୟୁଥ୍ ର କାର୍ଯ୍ୟକାର୍ତ୍ତଗଣ । ସଂଗଠନ ର ସଭାପତି *ରିକନ ପଟ୍ଟନାୟକ* ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଆଜିର ବୈଠକ ରେ କାର୍ଯ୍ୟକ୍ରମ ର ରୂପରେଖ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୈଠକ ପରେ ଗଣମାଧ୍ୟମ କୁ ଦେଇଥିବା ପ୍ରେସ ବିଜ୍ଞପ୍ତି ରେ ସଭାପତି ରିକନ୍ ପଟ୍ଟନାୟକ କହିଛନ୍ତି ଯେ…
ଚଳିତ ବର୍ଷ ଜାନୁଆରୀ ୧୪ ଓ ୧୫ ଦୁଇଦିନ ଧରି କାଇଟ୍ ଫେଷ୍ଟିଭାଲ୍ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡ ଠାରେ ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତି କେବଳ ଓଡ଼ିଆ କିମ୍ବା କୌଣସି ଗୋଟିଏ ଅଞ୍ଚଳ ର ପର୍ବ ନୁହେଁ । ଭାରତ ବର୍ଷ ର ବିଭିନ୍ନ ପ୍ରାନ୍ତ ରେ ଏହି ଦିନଟି କୁ ଭନ୍ନ ଭିନ୍ନ ନାମରେ ଓ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏବର୍ଷ ବିଭିନ୍ନ ଭାଷାଭାଷୀ, ସଂସ୍କୃତି, ପରମ୍ପରା ଓ ବିଚାରଧାରା ର ସଂଗଠନ ଓ ବ୍ୟକ୍ତି ବିଶେଷ ଙ୍କୁ ନେଇ ଆୟୋଜନ କରାଯାଉଛି କାଇଟ୍ ଫେଷ୍ଟିଭାଲ୍ । ଏଣୁ, ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ପ୍ରନ୍ତୀୟ ବିଚାର ଧାରା ରୁ ଉର୍ଦ୍ଧ୍ବ କୁ ଉଠି ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ ।
ଏବର୍ଷ ମଧ୍ୟ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା, ସମ୍ମାନିତ ସାଙ୍ଗକୁ ସଙ୍ଗୀତ ନୃତ୍ୟ ବିଚିତ୍ର ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଜୁନିୟର, ସିନିୟର, ଗ୍ରୁପ ନୃତ୍ୟ ପ୍ରତିଯୋଗିତା, କାଇଟ୍ କ୍ରାଫ୍ଟ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା, ସେଲ୍ଫି ପ୍ରତିଯୋଗିତା, ର ବ୍ୟବସ୍ତା ରହିଛି । ଚଳିତ ବର୍ଷ ର ମୁଖ୍ୟ ଆକର୍ଷଣ ହେଉଛି ” ନୃତ୍ୟ ପ୍ରତିଯୋଗିତା ” ଓ ” ସୌନ୍ଦର୍ଯ୍ୟ ପ୍ରତିଯୋିତା ” କାର୍ଯ୍ୟକ୍ରମ ।
ଗତ HSE CBSE ICSE ପରୀକ୍ଷା ରେ ଜିଲ୍ଲାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯିବ । ଶିକ୍ଷା ଓ ସ୍ୱଚ୍ଛତା ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂଗଠନ କୁ ସମ୍ମାନିତ କରାଯିବ । ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ବିଚିତ୍ରା କାର୍ଯ୍ୟକ୍ରମ ମାନଙ୍କରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେବେ ।
କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଫଳତା ର ସହିତ ଆୟୋଜନ କରିବା ପାଇଁ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଛି । ପ୍ରେମାନନ୍ଦ ମହାକୁଡ ଓ ଦଶରଥ ମେହେର ଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ, ବିକାଶ ଭୋଇ ଙ୍କୁ ମଞ୍ଚ, ଅନିରୁଦ୍ଧ ଶର୍ମା ଙ୍କୁ ଖାଦ୍ୟ ପାନୀୟ, ରାହୁଲ୍ ଗୁପ୍ତା ଙ୍କୁ ପ୍ରଚାର ପ୍ରସାର, ପର୍ଶୁରାମ ପଣ୍ଡା ଙ୍କୁ ପ୍ରଦର୍ଶନୀ, ତାପସ ପଣ୍ଡା ଙ୍କୁ ସମ୍ମର୍ଦ୍ଧନା, ସ୍ୱାଗତ ଘଡେ଼ଇ ଙ୍କୁ ସ୍ଵାଗତ, ରାମାସିଶ ତ୍ରିପାଠୀ ଙ୍କୁ ଉଦ୍ଘୋଷଣା, ମାନସ ରଞ୍ଜନ ବକ୍ସି ଙ୍କୁ ଗଣମାଧ୍ୟମ, ସ୍ୱାଗତ ପାଢ଼ୀ ଙ୍କୁ ଅର୍ଥ, ପ୍ରିତିନନ୍ଦା କର ଙ୍କୁ କ୍ରିଏଟିଭ ଦାୟିତ୍ଵ ପ୍ରଦାନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories