Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ମହୋତ୍ସବ ଆରମ୍ଭ। ଶୋଭାଯାତ୍ରା ରେ ଝୁମିଳା ରେଙ୍ଗାଲି

ଦୁଲ କୁ ଛି ରେଙ୍ଗାଲି। ସ୍ୱାଧୀନ ଏକତା ସଂଘଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ରେଙ୍ଗାଲି ମହୋତ୍ସବ ର ଶୁଭାରମ୍ଭ ମିନି ମାରାଥନ ରୁ ହୋଇଯାଇଛି। ରାମଚନ୍ଦ୍ର ନଗର ଠାରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ ପର୍ଯ୍ୟନ୍ତ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା।ରେଙ୍ଗାଲି ବିଧାୟକ ନାଉରି ନାୟକ ଝଣ୍ଡା ଦେଖାଇ ଏହି ମିନି ମାରାଥନ ର ଶୁଭାରମ୍ଭ କରିଥିଲେ।
ଦିନ 10 ଟା ସମୟରେ ରେଙ୍ଗାଲି ରେଳ ଷ୍ଟେସନ ଦୁର୍ଗା ମନ୍ଦିର ରୁ ପୂଜାର୍ଚ୍ଚନା କରି ଏକ ବିଶାଳ ମଶାଲ ଶୋଭା ଯାତ୍ର ଓ ସାଂସ୍କୃତିକ ଶୋଭାଯାତ୍ର ରେଙ୍ଗାଲି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ର ରେ ସଂକୀର୍ତ୍ତନ, ଗୌଡ଼ ବାଡ଼ି, କୃଷ୍ଣ ଗୁରୁ, ଘୋଡ଼ା ନାଚ, ଗୁଗୁ ନତିଆ, ଦୁଲଦୁଲି, ସଂପ୍ରଦା, ଆଦିବାସୀ ନାଚ ଓ ଅନେକ ଲୋକ କଲା ସାମିଲ ହୋଇଥିଲେ। ସାଂସ୍କୃତିକ ଶୋଭା ଯାତ୍ରା ରେ ରେଙ୍ଗାଲି ବିଧାୟକ ନାଉରି ନାୟକ ମୃଦଙ୍ଗ ବଜାଇବା ସହ ଲୋକ କଳାକାର ଙ୍କ ସହ ନାଚି ଥିଲେ। ସାଂସ୍କୃତିକ ଶୋଭାଯାତ୍ର ରେ ରେଙ୍ଗାଲି ସରପଞ୍ଚ ଚୀତ୍ତଞ୍ଜନ ବାଗ, ନିଷାଣଭଙ୍ଗା ସରପଞ୍ଚ ସରୋଜ ମେହେର ପ୍ରମୁଖ ସାମିଲ ହୋଇଥିଲେ।
ସନ୍ଧ୍ୟାରେ ରେଙ୍ଗାଲି ଟ୍ରକ ମାଲିକ ସଂଘ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କମ୍ରେଡ ପ୍ରସନ୍ନ ପଣ୍ଡା ନାଟକ ପରିବେଷଣ କରାଯାଇଥିଲା। ଏହି ରେଙ୍ଗାଲି ମହୋତ୍ସବ ରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ସ୍ୱାଧୀନ ଏକତା ସଂଘଠନ ର ସଭାପତି ରାଜୀବ ମିଶ୍ର ଙ୍କ ସହ ସ୍ୱାଧୀନ ଏକତା ସଂଘଠନ ର କର୍ମକର୍ତ୍ତା, ରେଙ୍ଗାଲି ଜନସାଧାରଣ ସହଯୋଗ କରିଛନ୍ତି। ଆସନ୍ତା 13 ତାରିଖ ଦିନ ରେଙ୍ଗାଲି ମହୋତ୍ସବ ର ଶେଷ ସନ୍ଧ୍ୟା ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ