Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ଅଧ୍ୟକ୍ଷ ଙ୍କ ନିର୍ଦେଶ ରେ ସାତ ଜଣ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ..

ଲକ୍ଷ୍ମୀପୁର ୧୨/୦୧ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଗତ ମଙ୍ଗଳବାର ଦିନ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏକ ସାଧାରଣ ସଭା ରେ ଯୋଗ ଦେବାସହ ନିର୍ବାଚନ ମଣ୍ଡଳି ର ୪ଗୋଟି ବ୍ଲକ ର ସାଧାରଣ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଦିନ ୧୬୬୨ ଟି ଅଭିଯୋଗ ଗ୍ରହଣ ହୋଇଥିଲା । ଅଭିଯୋଗ ଗୁଡିକ ର ତର୍ଜମା ଚାଲିଥିବା ବେଳେ ସେଥି ମଧ୍ୟରୁ ୭ଟି ଅଭିଯୋଗ ର ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି।ଲକ୍ଷ୍ମୀପୁର ବ୍ଲକର ସାତ ଜଣଙ୍କୁ ଚେକ୍ ଆକାରରେ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି।
ଅଧିକ ଚିକିତ୍ସା ପାଇଁ ଲକ୍ଷ୍ମୀପୁର ସଦର ର ଅନିଶା ମଲିକ୍ ଓ କେଲାର ଗାଁର ତେଜକ୍ କତ୍ରୀୟାଙ୍କୁ ୩୦ ହଜାର ଟଙ୍କା ,
ପରିବାରର ଭରଣ ପୋଷଣ ସହ  ଚିକିତ୍ସା ସକାଶେ ମାଟୁଗୁଡା ଗାଁ ର ଚତୁର୍ଭୁଜ କୁଲଦୀପ,ଲଛମଣି ଗାଁ ର ଭୀମ ସୀସା ଓ ବୁର୍ଜା ଗାଁ ର ମହେଶ୍ୱର ଖରlଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ୩୦ ହଜାର  ଟଙ୍କା ଲେଖାଏଁ ଓ ଲକ୍ଷ୍ମୀପୁର ର ଚଞ୍ଚଳା ଖରା ଙ୍କ ଝିଅର ବାହାଘର ଓ ଡମ୍ ପଞ୍ଚଡା ଗାଁର ଆଲୋକ ଭତ୍ରାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରେଡ କ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ଲେଖାଏଁ ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ତରଫରୁ ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି।ବିଡ଼ିଓ ଗୁରେଶ୍ୱର ଭୋଇ ସେମାନଙ୍କୁ  ଚେକ ପ୍ରଦାନ କରିଛନ୍ତି। ସେହିପରି ଶ୍ରୀ ପାଣ୍ଡିଆନ ଅଭିଯୋଗ ପତ୍ର ଗ୍ରହଣ କରି ଫେରୁଥିବା ସମୟରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର କିଛି ଛାତ୍ରୀ ଫୁଲତୋଡ଼ା ପ୍ରଦାନ କରିଥିଲେ। ସେହିସମୟରେ ଜଣେ ଛାତ୍ରୀ ଙ୍କୁ ଭବିଷ୍ୟତ ରେ କଣ ଲକ୍ଷ ରଖିଛ ବୋଲି ପଚାରିଥିଲେ, ଛାତ୍ରୀ ଜଣଙ୍କ ଆପଣଙ୍କ ଭଳି ଆଇଏ ଏସ ହେବାକୁ ଚାହୁଁଛି  ବୋଲି କହିଥିଲେ। ପରେ ପାଣ୍ଡିଆନ ଙ୍କ ନିର୍ଦେଶ ରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତାର ମହାବିଦ୍ୟାଳୟ ର ତିନି ଜଣ ଛାତ୍ରୀ ଯସ୍ମିନ ବିଶୋଇ,ବାରାନ୍ତି ପ୍ରାସ୍କା,କାମଶାଡୀ ପ୍ରାସ୍କା ଙ୍କୁ   କୋରାପୁଟ ଡକାଇ ପ୍ରଶାସନିକ ସେବା ପାଈଁ ଆବଶ୍ୟକ ହେଉଥିବା ବହି ପ୍ରଦାନ କରିଛନ୍ତି।ତ୍ୱରିତ ପଦକ୍ଷେପ ରେ ଆର୍ଥିକ ସାହାଯ୍ୟ ପାଇଥିବା ଲୋକେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ