Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିକ୍ରମା ପ୍ରକଳ୍ପକୁ ଆଉ ୩ ଦିନ, ୧୭ ତାରିଖ ସରକାରୀ ଛୁଟି ଘୋଷଣା

ଭୁବନେଶ୍ଵର: ଆସନ୍ତା ଜାନୁଆରୀରେ ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ପୁରୀ ଲୋକାରଣ୍ୟ ହୋଇ ଉଠିଲାଣି। ଉତ୍ସବକୁ ଭବ୍ୟ କରିବା ପାଇଁ ସରକାର ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଜାନୁଆରୀ ୧୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ  ସରକାର। ଏହି ଦିନ ରାଜ୍ୟର ସମସ୍ତ ସରକାରୀ ସ୍କୁଲ, କଲେଜ ଓ ଅଫିସ୍ ବନ୍ଦ ରହିବ। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଆଜି ଯଜ୍ଞ ମଣ୍ଡପରେ ଅଙ୍କୁର ପୂଜନ ସହିତ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ ଏବଂ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେଉଛି।ଗଜପତି ମହାରାଜାଙ୍କ ଦ୍ଵାରା ବରଣ ହୋଇଥିବା ବ୍ରାହ୍ମଣ ମାନେ ଏହି ପୂଜାବିଧି କରଛନ୍ତି। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆଜି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର, ଶ୍ରୀସେତୁ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

କାଲି ଠାରୁ ଅଖଣ୍ଡ ଦୀପ ସ୍ଥାପନ ସହ ଯଜ୍ଞ ବିଧି ଆରମ୍ଭ ହେବ । ଏଥିସହ ଶ୍ରୀମନ୍ଦିର ଚାରିଦ୍ଵାରରେ ଋକ୍, ସାମ୍, ଯଜ୍ଜୁ ଓ ଅଥର୍ବ ବେଦ ପାଠ ଆରମ୍ଭ ହେବ। ୧୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ଵାରା ଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ