Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖାଲିସ୍ତାନୀଙ୍କ ଦୁଃସାହାସ, ଜାନୁଆରୀ ୨୬ରେ ପଞ୍ଜାବ ସିଏମ ଭଗୱନ୍ତ ମାନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ରଚୁଥିବା ଜଣା ପଡିଛି । ଆତଙ୍କବାଦୀ ଗୁରପତବନ୍ତ ସିଂ ପନ୍ନୁ ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ପଞ୍ଜାବର ପୋଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହତ୍ୟା ଧମକ ଦେଇଛି । ଏହା ପୂର୍ବରୁ ପନ୍ନୁ ଜାନୁଆରୀ ୨୨ରେ ଉତର ପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଟାର୍ଗେଟ୍ କରିବାକୁ ଧମକ ଦେଇଥିଲା ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପନ୍ନୁ ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ମାନଙ୍କ ବ୍ୟତୀତ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଏଥିପାଇଁ ଗ୍ୟାଙ୍ଗଷ୍ଟରଙ୍କୁ ଏକଜୁଟ୍ ହେବାକୁ ସେ ଅପିଲ୍ କରିଛି । ପଞ୍ଜାବରେ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ତେବେ ଏହି ଧମକକୁ ନେଇ ପଞ୍ଜାବ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠନିକ ବୟାନ ଦିଆଯାଇ ନାହିଁ ।

ଋିପୋର୍ଟ ଅନୁଯାୟୀ, ପନ୍ନୁ ମୁସଲମାନଙ୍କୁ ରାମ ମନ୍ଦିର ସମାରୋହକୁ ବିରୋଧ କରିବାକୁ ଅପିଲ୍ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ ସମୁଦାୟଙ୍କ ଶତ୍ରୁ ବୋଲି ପନ୍ନୁ କହିଥିଲା । ଏପରିକି ଖବର ଆସିଥିଲା ଯେ, ପନ୍ନୁ ପିଏମ ମୋଦୀଙ୍କ ଅଯୋଧ୍ୟାରେ ହୋଇଥିବା ରୋଡ୍ ଶୋ ଉପରେ ମଧ୍ୟ ହମଲା କରିବାକୁ ଲୋକଙ୍କୁ ଉସୁକାଇଥିଲା ।