Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଜାନୁଆରୀ ୨୨ରେ ପୁରା ଦେଶରେ ହାପ୍ ଡେ ଛୁଟି ଘୋଷଣା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଜାନୁଆରୀ ୨୨ ତାରିଖକୁ କେନ୍ଦ୍ର ସରକାର ପୁର ଦେଶରେ ହାପ୍ ଡେ ଛୁଟି ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହାର ସୂଚନା ଦେଇ କହିଛନ୍ତି, ୨୨ ତାରିଖ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ବନ୍ଧିତ ସମାରୋହରେ ଯୋଗ ଦେବା ପାଇଁ କର୍ମଚାରୀଙ୍କ ବହୁ ଦାବି ପରେ କେନ୍ଦ୍ର ସରକାର ଦେଶରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହାପ୍ ଡେ ଘୋଷଣା କରିଛନ୍ତି।

କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ  ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ, ସମଗ୍ର ଦେଶରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ର ଅଦୌଗିକି ପ୍ରତିଷ୍ଠାନ ଅପରାହ୍ଣ ୨ଟା ୩୦ ଯାଏ ଛୁଟି ରହିବ। ଏହା ପରେ କର୍ମଚାରୀ ଅଫିସ ଆସିବେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରର ସ୍ମାରକ ଡାକ ଟିକଟ୍ ଓ ସମଗ୍ର ଦୁନିଆରେ  ଭଗବାନ ରାମଙ୍କ ଉପରେ ଜାରି ଡାକ ଟିକଟ୍‌ର ଏକ ପୁସ୍ତକ ଜାରି କରିଛନ୍ତି। ଉଲ୍ଲେଖନୀୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା ଓ ଛତିଶଗଡ଼ରେ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନ ରହିବେ। ଦୂରଦର୍ଶନରେ ପୂରା କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ। ଘରୋଇ ଟିଭି ଚ୍ୟାନେଲ ମଧ୍ୟ ଏହାର ସିଧା ପ୍ରସାରଣ କରିବେ। ଭାରତ ସହିତ ଦେଶ ବିଦେଶରେ ସାର୍ବଜନୀନ ସ୍ଥାନରେ ବଡ଼ ସ୍କ୍ରିନରେ ଅଯୋଧ୍ୟା ସମାରୋହର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ