Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ପଞ୍ଚାୟତ ମାଉଲି ନଗର ଠାରେ 125ଖଣ୍ଡ କମ୍ବଳ ବଣ୍ଟନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗାଲି ପଞ୍ଚାୟତ ମାଉଲି ନଗର ଠାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ଗାନ୍ଧୀ ବେହେରା ଙ୍କ ନେତୃତ୍ବରେ କମ୍ବଳ ବଣ୍ଟନ କରାଯାଇଛି। ଚଳିତ ଶୀତ ଋତୁ ରେ ପ୍ରବଳ ଶୀତପ୍ରବାହ ହେଉଥିବାରୁ ଗରିବ, ବୃଦ୍ଧ ବୃଦ୍ଧା ବହୁତ କଷ୍ଟ ପାଉଛନ୍ତି। ଶୀତ ରୁ ରକ୍ଷା ପାଇବା ପାଇଁ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ଅବସରରେ ଯୁବ ବିଜେଡି ନେତ୍ରୀ ମୋନିକା ବେହେରା, ଇଂ. ଗାନ୍ଧୀ ବେହେରା, ଶୁଶୀଲ କିଷାନ, ୱାଡ଼ ମେମ୍ବର ଦିପାଞ୍ଜଳି ବେହେରା, ଜୟରାମ ଭୋଇ, ଶଶୀଭୂଷଣ ନାଏକ, ସୁବାଷ ବାଗ, ଗଣେଶ ନନ୍ଦି ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ। ମୋଟ 125ଖଣ୍ଡ କମ୍ବଳ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ