Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ରେ ବିଶ୍ଵ ଓଡ଼ିଆ ସାହିତ୍ୟ ସମ୍ମିଳନୀ ପାଳନ…ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ…

ଲକ୍ଷ୍ମୀପୁର ୧୮/୦୧ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ  ଅଧ୍ୟକ୍ଷ   ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଓଡିଶା ସରକାରଙ୍କ ଦ୍ଵାରା ହେଉଥିବା ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ଵ ଓଡ଼ିଆ ସାହିତ୍ୟ ସମ୍ମିଳନୀ ପାଳନ ଅବସରରେ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ଭନ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ କୋରାପୁଟ  ଶାବର ଶ୍ରୀକ୍ଷେତ୍ରର ଭ୍ରମଣ ପରିଚାଳକ ତଥା ଆଇନଜୀବୀ ଅଜିତ ପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତି ବିଷୟରେ ବର୍ଣନା କରି ଆମ ମାତୃଭାଷା ଓଡିଆ ଭାଷାକୁ ଗୁରୁତ୍ୱ ଦେବା ସହ ଏହାକୁ ବହୁଳ ଭାବରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ମୂଖ୍ଯ ବକ୍ତା ଭାବେ କୋରାପୁଟର ଇଞ୍ଜିନିୟର ସୁନୀଲ ବିଶ୍ଵାଳ ଓଡିଆ ସାହିତ୍ୟର ଇତିହାସ ଓ ମହତ୍ବ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ତାରିଣୀ ପ୍ରସାଦ ଶତପଥୀ,  ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ, ଲାଲୁ ହରିଜନ ଏବଂ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ , ହେଲେନା ପ୍ରିୟଦର୍ଶିନୀ ସିଂ, ମୌତୁସୀ ପ୍ରଧାନ, ବୈଶାଖୀ ଦୀପ୍, ଯୁକ୍ତ ତିନି ମୋ କଲେଜ ଅଧିକାରୀ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ ପରିଚାଳନା କରିଥିବା ବେଳେ  ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ