Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟ ଛବି, ସ୍ମିତ ହାସ୍ୟରେ ଝଟକୁଛନ୍ତି ଶ୍ରୀରାମ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ଜାନୁଆରୀ ୨୨ରେ  ହେବାକୁ ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତ ଆତୁର ହୋଇ  ଚାହିଁ ରହିଛନ୍ତି। ତେବେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଲାଲାଙ୍କ ପ୍ରଥମ ଭବ୍ୟ ଛବି ସାମ୍ନାକୁ ଆସିଛି। ଫଟୋରେ ଶ୍ରୀରାମଙ୍କ ସୌମ୍ୟ ସ୍ମିତ ହାସ୍ୟ ଚେହେରା, ମଥାରେ ତିଳକ ଓ ହାତରେ ଧନୁ ବାଣ ଥିବା ଦେଖିବାକୁ ମିଳିଛି।

ପ୍ରଥମ ଥର ଯେବେ ରାମଲାଲାଙ୍କ ମୂର୍ତ୍ତିର ଛବି ସାମ୍ନାକୁ ଆସିଥିଲା, ସେତେବେଳେ ମୂର୍ତ୍ତି ଧଳା କପଡ଼ାରେ ଘୋଡ଼ାଇ ହୋଇ ରହିଥିଲା। ମହୀଶୂରର ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ଵାରା ପ୍ରସ୍ତୁତ ୫୧ ଇଞ୍ଚର ରାମଲାଲାଙ୍କ ମୁର୍ତ୍ତିକୁ ଗୁରୁବାର ଭୋର ସକାଳେ ମନ୍ଦିରରେ ପ୍ରବେଶ କରାଯାଇଥିଲା। ସ୍ଥପତି ଅରୁଣ ଯୋଗୀରାଜ କର୍ଣ୍ଣାଟକର ବାସିନ୍ଦା। ଅରୁଣ ଯୋଗୀରାଜ ସଂପ୍ରତି ଦେଶରେ ସବୁଠୁ ଅଧିକ ଡିମାଣ୍ଡରେ ଥିବା ମୂର୍ତ୍ତିକାର। ଅରୁଣଙ୍କ ମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସା କରି ସାରିଛନ୍ତି। ଅରୁଣଙ୍କ ପିତା ଯୋଗୀରାଜ ଜଣେ କୁଶଳୀ ମୂର୍ତ୍ତିକାର। ତାଙ୍କ ଜେଜେ ବାପା ବସବନ୍ନା ଶିଳ୍ପୀ ମହୀଶୂର ରାଜାଙ୍କ ବଡ ମୂର୍ତ୍ତିକାର ଥିଲେ।

ଉଲ୍ଲେଖନୀୟ ଗୁରୁବାର ଅପରାହ୍ଣରେ ରାମଲାଲାଙ୍କ ମୂର୍ତ୍ତିକୁ ମନ୍ଦିରର ଗର୍ଭଗୃହରେ ବିରାଜମାନ କରାଯାଇଥିଲା। ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଅତିଥିଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ସମଗ୍ର ଦେଶରୁ ୧୦ ହଜାର ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି। ଆମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ରାଜନୈତିକ ବ୍ୟକ୍ତି ବ୍ୟତୀତ ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ରତନ ଟାଟା ଓ ବିର୍ଲା ପରି ବିଶିଷ୍ଟ ଉଦ୍ୟୋଗପତି ସାମିଲ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ