Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଭାଷା ସାହିତ୍ୟ ଓ ସୃଜନଶିଳତା ଉତ୍ସବ ପାଳିତ।ଛାତ୍ର ଛାତ୍ରୀ ଙ୍କ ଉଚ୍ଚକୋଟୀର ପ୍ରଦର୍ଶନୀ..

ଲକ୍ଷ୍ମୀପୁର ୧୯/୦୧ . ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ  ଓ ସୃଜନଶିଳତା ଉତ୍ସବ ପାଳିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିକକା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୀଈଓ କୈଳାଶ ଚନ୍ଦ୍ର ବେହେରା, ଏବିଇଓ ବିଭୁତି ଭୂଷଣ ଟାକ୍ରୀ,ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ପୂର୍ବତନ ଛାତ୍ର ଭି. ନାଗାରଜୁ, ନୀଳାଞ୍ଚଳ ସାହୁ,ମନୋଜ କୁ ସାହୁ, ପୂର୍ବତନ ଶିକ୍ଷକ ଫକୀର ମୋହନ ସାହୁ, ମହାଦେବ ଶତପଥି, ଏସଏମଡିସି କାମି ମାଣ୍ଡିଙ୍ଗା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଓ କିଛି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇଁ ରାମାନୁଜମ,ବେଦବ୍ୟାସ,ଅବଦୁଲ କଲାମ ଓ ସୁନୀଲ ଛେତ୍ରୀ କ୍ଲବ ଗଠନ କରାଯାଇଥିଲା।
ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ଥର ସକାଶେ ଓଡ଼ିଆ ଭାଷା କୁ ନେଇଁ ଭାଷା ସାହିତ୍ୟ ଓ ସୃଜନଶିଳତା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଭାଗ ନେଇଁ ଉଚ୍ଚ କୋଟିର ପ୍ରଦର୍ଶନୀ କରିଥିଲେ । କୃତି ପ୍ରତିଯୋଗି ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅଂଶକାରୀ ଛାତ୍ର ଛାତ୍ରୀ ଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର  ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଓ ଅତିଥି ମାନଙ୍କ ସକାଶେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ତା କରାଯାଇଥିଲା।କାର୍ଯ୍ୟକ୍ରମ ରେ ଶିକ୍ଷକ ସପନ କୁମାର ଦୀକ୍ଷିତ, ଶଙ୍କର ଗୁଡ଼ୁମ୍ବାକା, ସୁକାନ୍ତ ଯାଦବ,ଶିକ୍ଷୟତ୍ରି କସ୍ତୁରୀ ଶବର,ଜୋଛନା ପଣ୍ଡା, ସୁନିତା ସାହୁକାର, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ବାଇଁ ଓ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ