Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହାଡ଼ିପାଲି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୃଜନାତ୍ମକ ମହୋତ୍ସବ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକଦିବସୀୟ ସୃଜନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ କରୁଣାମୟୀ ଧନୱାରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଶିକ୍ଷାବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସୃଜନଶୀଳତା ମାଧ୍ୟମରେ ଦେଶ ଓ ସମାଜକୁ ଗଢି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଏସଆଇ ସୁରେନ୍ଦ୍ର କୁମାର ନାଏକ, ସିଆରସିସି ତପସ୍ୟା ବାଗ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ଭିଷ୍ମଦେବ ସାହୁ ପରିଚାଳନା କରିଥିବା ବେଳେ ଗୋପାଳ ନାଥ ପ୍ରରଭିକ ସୂଚନା, ରଶ୍ମି ରଂଜନ ମାଝୀ ଅତିଥି ପରିଚୟ ଓ ପୁଲସ୍ତି ପଟେଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଛାତ୍ରୀ ଗଣ ସ୍ୱାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦାନ କରିଥିବା ବେଳେ ଶେଷରେ ପୁନମ ପ୍ରେମଞ୍ଜଳି ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। ୪ଟି ବିଭାଗରେ ଛାତ୍ରଛାତ୍ରୀଙ୍କ ସାହିତ୍ୟ ସୃଜନୀ ପ୍ରଦର୍ଶନୀରେ ଆକର୍ଷଣୀୟ ହୋଇଥିବା ଉପସ୍ଥିତ ଅଭିଭାବକ ଓ ଅଭିଭାବକଙ୍କ ମନ ମୋହି ନେଇଥିବା ଦେଖା ଯାଇଥିଲା।