Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନ ଧକ୍କା ରେ  ଝାଡ଼ଖଣ୍ଡ ର ଶ୍ରମିକ ମୃତ୍ୟୁ

ଲକ୍ଷ୍ମୀପୁର ୧୯/୦୧ .କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବାଇଗୁଡ଼ା ଷ୍ଟେସନ ନିକଟରେ ଯାତ୍ରୀବାହି ଟ୍ରେନ ଧକ୍କା ରେ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି।ମୃତକ  ଶ୍ରମିକ ଜଣକ  ହେଲେ ଇମରୋଜ ଆନସାରୀ (୩୨)  ଓ ତାଙ୍କ ଘର  ଝାଡ଼ଖଣ୍ଡ ରାଜ୍ୟ ର ରାଞ୍ଚି ଜିଲ୍ଲା ଅନ୍ତର୍ଗତ କୁଣ୍ଡି ଗାଁ ବୋଲି ଜଣାପଡିଛି। ଶ୍ରମିକ ଜଣକ  ରେଳ ଲାଇନ ଦୋହରି କରଣ ରେ ଠିକା ନେଇଥିବା ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଟ୍ରେନ ଟ୍ରାକ ଉପରେ ମୋବାଇଲ ରେ  ଇଅର ଫୋନ କାନ ରେ ଲଗେଇ କଥା ହେଉଥିବା ସମୟରେ ଟ୍ରେନ ଧକ୍କା ଦେଇଥିବା ଶୁଣିବାକୁ ମିଳିଛି।ସମ୍ପର୍କୀୟ ଙ୍କ ଉପସ୍ଥିତି ରେ ଶବ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଡାକ୍ତରଖାନା ରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ସମ୍ପୃକ୍ତ ଘରୋଇ କମ୍ପାନୀ ତରଫରୁ ଶବ କୁ ଝାଡ଼ଖଣ୍ଡ ନେବା ସକାଶେ କୋରାପୁଟ ରୁ ଏକ ଆମ୍ବୁଲାନ୍ସ ର ବ୍ୟବସ୍ତା କରାଇ ଦିଆଯିବା ସହ ପ୍ରଥମ ପର୍ଯ୍ୟାୟ ରେ ଗାଁ ରେ ଅନ୍ତିମ ସଂସ୍କାର ସକାଶେ ମୃତକ ଙ୍କ ସମ୍ପର୍କୀୟ ଙ୍କୁ ୩୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ସାଇଟ ମ୍ୟାନେଜର ଙ୍କ ଠାରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ