Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିନା ପ୍ରେସକ୍ରିପସନରେ ଆଂଟିବାୟୋଟିକ ବିକ୍ରି ମନା, ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର: ବିନା ପ୍ରେସକ୍ରିପସନରେ ଆଂଟିବାୟୋଟିକ ବିକ୍ରି କରିବା ମନା । ଆଂଟିବାୟୋଟିକ ନେଇ ଡ୍ରଗ୍ସ କଂଟ୍ରୋଲଙ୍କ କଡା ଚେତାବନୀ । ବିନା ପ୍ରେସକ୍ରିପସନରେ ବିକ୍ରି ହୋଇ ପାରିବ ନାହିଁ ଆଂଟିବାୟୋଟିକ । ବିକ୍ରି କରିବାର ଧରା ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଥମେ ସୋ କଜ୍ ନୋଟିସ୍ ପଠାଯିବ । ଦରକାର ପଡିଲେ ଲାଇସେନ୍ସ ରଦ୍ଦ ହେବ ।

ଏବେ ବିନା ପ୍ରେସକ୍ରିପସନରେ କୌଣସି ମେଡିସିନ ଷ୍ଟୋର ଆଂଟିବାୟୋଟିକ ବିକ୍ରି କରି ପାରିବେ ନାହିଁ । ଯିଏ ଆଂଟିବାୟୋଟିକ କିଣିବାକୁ ଚାହୁଁଛନ୍ତି ସେମାନେ ଡାକ୍ତରଙ୍କଠୁ ଉପଯୁକ୍ତ ପ୍ରେସକ୍ରିପସନ ନେଇକି ଆସିବେ । ଯଦି ବିନା ପ୍ରେସକ୍ରିପସନରେ ଦୋକାନୀ ଆଂଟିବାୟୋଟିକ ବିକ୍ରି କରୁଥିବା ଜଣା ପଡେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ଶନିବାର କଡା ଚେତାନବୀ ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲ । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ନିୟମର ଅବମାନନା କଲେ ପ୍ରଥମେ ସୋ କଜ୍ ନୋଟିସ୍ ପଠାଯିବ । ଯଦି ମେଡିସିନ ଦୋକାନୀ ନ ଚେତନ୍ତି ତେବେ ତାଙ୍କର ଲାଇସେନ୍ସ ରଦ୍ଦ ମଧ୍ୟ କରାଯିବ ।