Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରତକୁ UNSCରେ ସ୍ଥାୟୀ ସଦସ୍ୟତା ନ ମିଳିବା ନେଇ ଏଲନ ମସ୍କ କ୍ଷୁବ୍ଧ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ପୁଣି ଥରେ ଉଠିଛି । ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ୍ ନ କରାଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାସ୍ କଥା ନିକଟରେ ମିଳିତ ଜାତିସଂଘର ମହାସଚିବ ଆଂଟୋନିଅ ଗୁଟେରସ ନିକଟରେ ମିଳିତ ଜାତିସଂଘରେ ସଂସ୍ଥାମାନଙ୍କରେ ସୁଧାରର କଥା କହିଛନ୍ତି ।

ଟେସଲାର ପ୍ରମୁଖ ମସ୍କ ଏକ୍ସରେ ଲେଖିଛନ୍ତି, କୌଣସି ବିନ୍ଦୁ ଉପରେ ଆସି ୟୁଏନରେ ସଂଶୋଧନର ଆବଶ୍ୟକତା ରହିଛି । ସମସ୍ୟା ଏହା ଯେ, ଯାହା ପାଖରେ ଅଧିକ ଶକ୍ତି ରହିଛି, ସେମାନେ ଏହାକୁ ଛାଡିବାକୁ ଚାହାନ୍ତି ନାହିଁ । ପୃଥିବୀର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବା ପରେ ମଧ୍ୟ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ନ ମିଳିବା ଆଶ୍ଚର୍ଯ୍ୟର କଥା । ଆଫ୍ରିକାକୁ ମଧ୍ୟ ସାମୂହିକ ଭାବେ ସ୍ଥାୟୀ ସିଟ୍ ମିଳିବା ଉଚିତ୍ ।

ଗୁଟେରସ ପ୍ରଶ୍ନ କରିଥିଲେ, ଆମେ ଏହାକୁ କେମିତି ସ୍ୱୀକାର କରି ପାରିବା ଯେ, ସୁରକ୍ଷା ପରିଷଦରେ ଆଫ୍ରିକା ପାଖରେ ଗୋଟିଏ ହେଲେ ସ୍ଥାୟୀ ସିଟ୍ ନାହିଁ। ସଂସ୍ଥାଗୁଡିକୁ ଆଜିର ସାଂପ୍ରତିକ ସ୍ଥିତି ହିସାବରେ ହେବା ଉଚିତ୍ । କାରଣ ଦୁନିଆ ୮୦ ବର୍ଷ ପୂର୍ବ ପରି ନାହିଁ । ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ସମିଟ୍ ଅଫ ଫ୍ୟୁଚରରେ ପୁନର୍ବାର ବିଶ୍ୱାସ କାଏମ ରଖିବା ଓ ସଂସ୍ଥାଗୁଡିକର ସୁଧାର ଉପରେ ବିଚାର ପାଇଁ ଭଲ ସୁଯୋଗ ରହିଛି ।

ସୂଚନାଯୋଗ୍ୟ, ବର୍ତମାନ ୟୁଏନଏସସିରେ ପାଂଚ ସ୍ଥାୟୀ ସଦସ୍ୟ ରହିଛନ୍ତି । ଏହା ବ୍ୟତୀତ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି । ମିଳିତ ଜାତିସଂଘ ମହାସଭା ପକ୍ଷରୁ ସ୍ଥାୟୀ ସଦସ୍ୟଗୁଡିକୁ ୨ ବର୍ଷ ପାଇଁ ଚୟନ କରାଯାଇଥାଏ । ପାଂଚ ସ୍ଥାୟୀ ସଦସ୍ୟ ଦେଶରେ ରୁଷ, ବ୍ରିଟେନ, ଚୀନ, ଫ୍ରାନ୍ସ ଓ ଆମେରିକାର ନାମ ସାମିଲ୍ । ଭାରତ ୟୁଏନଏସସିର ପ୍ରବଳ ଦାବିଦାର ।