Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ, ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଏଥର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ। ଜାନୁଆରୀ ୨୪ରେ ତାଙ୍କ ଜନ୍ମ ଶତ ବାର୍ଷିକୀର ପୂର୍ବ ସନ୍ଧ୍ୟାରେ ଏହି ବଡ଼ ଘୋଷଣା କରାଯାଇଛି। ଏ ନେଇ ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଛି। କର୍ପୂରୀଙ୍କୁ ଠାକୁରଙ୍କୁ ପଛୁଆ ବର୍ଗଙ୍କ ଜନନାୟକ କୁହାଯାଏ। ବୁଧବାର ତାଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଦିଲ୍ଲୀର ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ବିହାରର ସମସ୍ତିପୁରରୁ ଜନ୍ମିତ କର୍ପୂରୀ ଠାକୁର ଦୁଇ ଥର ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ  ହେଁ ସେ କେବେ ନିଜର କାର୍ଯ୍ୟକାଳ ପୁରା କରି ପାରି ନ ଥିଲ। ତାଙ୍କୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ମାର୍ଗ ସୁଗମ କରିବା ପାଇଁ ଜଣାଯାଏ। ସେ ମୁଙ୍ଗେରୀ ଲାଲ ଆୟୋଗଙ୍କ ସୁପାରିଶକୁ ଲାଗୁ କରାଇଥିଲେ। ଏଥିପାଇଁ ତାଙ୍କୁ ନିଜର ସରକାରକୁ ବଳି ପକାଇବାକୁ ପଡ଼ିଥିଲା। ସେ ବିହାରର ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ଆମୂଳଚୂଳ ପରିବର୍ତ୍ତନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ରହିବା ସମୟରେ ସେ ମାଟ୍ରିକ ପରୀକ୍ଷାରେ ଇଂରାଜୀରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକକୁ ସମାପ୍ତ କରିଥିଲେ।

ଠାକୁର ଦୁଇ ଥର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଥରୁଟିଏ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ସେ ବିହାରର ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ କଂଗ୍ରେସର ନ ଥିଲେ। ୧୯୫୨ରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଜିତିଥିଲେ। ସେ ଜୟପ୍ରକାଶ ନାରାୟଣଙ୍କୁ ନିଜର ଆଦର୍ଶ ମାନୁଥିଲେ। ୧୯୭୦ରେ ସରକାରରେ ମନ୍ତ୍ରୀ ହେବା ପରେ ସେ ଅଷ୍ଟମ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଘୋଷଣା କରିଥିଲେ। ସେ ଉର୍ଦ୍ଦୁକୁ ଦ୍ଵିତୀୟ ରାଜଭାଷାର ମାନ୍ୟତା ଦେଇଥିଲେ।

ତାଙ୍କୁ ବିହାରର ପ୍ରଥମ ମଦ ବିରୋଧୀ ନେତା କୁହାଯାଏ। ନିରାଡମ୍ବର ଜୀବନଶୈଳୀ ପାଇଁ ସେ ପରିଚିତ ଥିଲେ। ଏପରିକି ସେ ହ୍ୟାଣ୍ଡପମ୍ପ ଚଲାଇ ନିଜେ ପାଣି ବହୁଥିଲେ। ନିଜର ପୋଷାକ ନିଜେ ସଫା କରୁଥିଲେ। ସେ ଗରିବ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ଠାକୁରଙ୍କ ନିଧନ ୧୯୮୮ ଫେବୃଆରୀ ୧୭ରେ ହୋଇଥିଲା। ତାଙ୍କ ନାଁକୁ ନେଇ ଆଜି ମଧ୍ୟ ରାଜନୀତି ମାହୋଲ ସରଗମର ରହି ଆସିଛି। ତାଙ୍କୁ ନେଇ ବିଜେପି ଓ ଜେଡିୟୁ ମଧ୍ୟ ଲଢେଇ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ