Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନମୋ ନବ ମତଦାତା ସମ୍ମିଳନୀ

ଲକ୍ଷ୍ମୀପୁର ୨୫/୦୧ ଲକ୍ଷ୍ମୀପୁର ର କଲ୍ୟାଣ ମଣ୍ଡପ ଠାରେ ଆଜି   ବିଜେପି ଦଳ ତରଫରୁ ନମୋନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ
ନିର୍ବାଚନ ମଣ୍ଡଳୀରେ ଥିବା ଲକ୍ଷ୍ମୀପୁର ବ୍ଲକ୍ ସମେତ ନାରାୟଣ ପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକ୍ ର
ବହୁ ସଂଖ୍ୟାରେ ବିଜେପି କର୍ମୀ ଙ୍କ ସମେତ ଲକ୍ଷ୍ମୀପୁର ଆଇଟିଆଇ କଲେଜ୍ ର ଛାତ୍ର ମାନେ ଯୋଗ ଦେଇଥିଲେ।୧୮ ରୁ ୨୨ ବର୍ଷୀୟା ନୂତନ ଭୋଟର ମାନଙ୍କୁ ସଚେତନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସାହୁ କହିଥିଲେ।ଏହି ପରିପେକ୍ଷି ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା ବେଳେ ଜିଲ୍ଲା ଉପ ସଭାପତି ନକୁଳ ବିଶୋଇ,ସାଧାରଣ ସମ୍ପାଦକ ଅଗସ୍ତି ହାଲବା,ମଙ୍ଗଳ ମୟୀ ତୂରୁକ୍,ଉଦୟ ହିକକା,ଅନନ୍ତ ହୁଇକା,ହେମନ୍ତ ହାଲବା,ଭୁବନ ଜାନୀ ପ୍ରମୁଖ ମଞ୍ଚାସିନ ଥିଲେ। ବାବୁଲା ମହାରଣା ବାମଦେବ ତୂରୁକ୍ ଓ ଅଜୟ ଖରା  ଉପସ୍ଥିତ ରହି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ