Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୭୫ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ: ଜାତୀୟ ପତାକା ଉତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଶୁକ୍ରବାର ୭୫ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତୋଳନ କରିଛନ୍ତି । ସମାରୋହରେ ଆୟୋଜିତ ଚିତାକର୍ଷକ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପରେଡରେ ଅନେକ ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ଏଥର ପ୍ରଜ୍ଞାପନ ମେଢର ଥିମ ‘ରୂପାନ୍ତରଣ ପଥେ ଓଡିଶା’ ରହିଥିଲା । ଏହି ମେଢ ଓଡିଶାର ରୂପାନ୍ତରଣ କଥାକୁ ପ୍ରଦର୍ଶିତ କରିଛି । ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ସହିତ ମୋଟ୍ ୧୩ଟି ପ୍ରଜ୍ଞାପନ ମେଢ ଗାନ୍ଧୀ ମାର୍ଗରେ ଗଡିଛି । ଆଇଟିବିପି, ସିଆରପିଏଫ ଓ ଏଏସଏପି ଯବାନମାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଆକର୍ଷଣୀୟ ପରେଡ ଦେଖିବାକୁ ମିଳିଛି । ବିଭିନ୍ନ ଲୋକନୃତ୍ୟ ଓ କଳା ପ୍ରଦର୍ଶିତ ହୋଇଛି । କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।