Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଉପଖଣ୍ଡିୟ ସ୍ତରୀୟ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜନତା ଓ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ଛତ୍ରିଆ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଲକ୍ଷ୍ମନାରାୟଣ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ବାରା ପ୍ୟାରେଡ ଉତ୍ସବ ସହ ଶିକ୍ଷା ବିଭାଗ ତରଫରୁ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ପ୍ୟାରେଡ ଉତ୍ସବରେ ୩୪ଟି ଦଳ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ସୁବଳୟା ଠାରେ ଯୁବ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ମିଳିତ ପ୍ୟାରେଡ ଉତ୍ସବରେ ବୀରମହାରାଜପୁର ତହସିଲଦାର ଅମୃତଲାଲ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାର ସ୍ଵାଗତ ପଣ୍ଡା , ସଂସଦର ସଭାପତି ଭୋଲାନଥା କର୍ମୀ , ସମ୍ପାଦକ ସଞ୍ଜୀବ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କୃତି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ବର୍ଗତ ସୁରେଶ ମିଶ୍ର ମେମୋରିଆଲ ଟ୍ରଷ୍ଟ ଦ୍ଵାରା କୃତି ଛାତ୍ରୀ ହିମାଦ୍ରୀ ଗରିଆଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ବୀରମହାରାଜପୁର ମହାବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ସ୍ଵୟମ୍ଭୁନାଥ ଖଣ୍ଡିଗିରି , ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ଠାରେ ସଭାପତି ଡ.ପ୍ରଫୁଲ୍ଲ ରଥ , ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘ ଠାରେ ଉପସଭାପତି ସୌମିତ୍ରି ମେହେର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିଭଳି ଉଫୁଲା ପଞ୍ଚାୟତ କାର୍ଯ୍ୟଳୟ ସମେତ ସ୍ଥାନୀୟ ସେବା ସମବାୟ ସମିତି, ଟିଠିପାଳି ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ , ଷଣ୍ଢାର ମାଁ ମାହେଶ୍ୱରୀ କ୍ଲବ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଲୁତୁରପଙ୍କ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ସୂର୍ଯ୍ୟ ନନ୍ଦ, ବହଲପଦର ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ନିରୁପମା ସେଠୀ, ଅମରପାଲି ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ଭୋଇ ପତାକା ଉତ୍ତୋଳନ କରିଥିଲେ ।