Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ହେଲା ନିୟମ, ପାଠ ପଢା ପରେ ୨ ବର୍ଷ ସରକାରୀ ହସ୍ପିଟାଲ୍‌ରେ କାମ କରିବାକୁ  ବାଧ୍ୟ

ଭୁବନେଶ୍ଵର: ମେଡିକାଲ ଓ ଡେଣ୍ଟାଲ ଛାତ୍ରଛାତ୍ରୀଙ୍କ ରାଜ୍ୟ ସରକାରଙ୍କ କଡ଼ା ନିୟମ। ୨ ବର୍ଷର ବଣ୍ଡ ଅବଧି ପୂରଣ ନକଲେ ମିଳିବନି ଷ୍ଟାଇପେଣ୍ଡ କି  ବଢିବନି ଦରମା। ଏପରିକି କୋର୍ସ ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରିବାକୁ ବାଧ୍ୟ ମେଡିକାଲ ଛାତ୍ରଛାତ୍ରୀ। ଏମିତି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡାକଡି କରାଯାଇଛି ବଣ୍ଡ ନିୟମ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏଭଳି ନିର୍ଦ୍ଦେଶନାମା। ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ତେଣୁ ଏହାର ମୁକାବିଲା ଲାଗି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ନିୟମ ଅନୁଯାୟୀ, କୋର୍ସ କମ୍ପ୍ଲିଟ ପରେ ମେଡିକାଲ ଛାତ୍ରଛାତ୍ରୀ ୨ ବର୍ଷ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରିବାକୁ ବାଧ୍ୟ। ବ୍ୟତିକ୍ରମ ହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ୨ ଗୁଣ ଜରିମାନା ଭାବ ଦେବାକୁ ପଡିବ। ଏହି ନିୟମ ରାଜ୍ୟର ସରକାରୀ ମେଡିକାଲ କଲେଜା ବା ସର୍ବଭାରତୀୟ ସ୍ତରରେ କୋଟାରେ ପିଜି ଡିପ୍ଲୋମା-ଡିଏନ୍‌ବି-ଡିଆରଏନ୍‌ବି-ଏମ୍‌ଡି-ଏମ୍‌ଏସ୍‌-ଏମ୍‌ଡିଏସ୍‌-ଡିଏମ୍‌-ଏମ୍‌.ସିଏଚ୍‌ ପାଠ ସହ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ବଣ୍ଡ ଦାଖଲ ବିନା କୌଣସି ପ୍ରକାର ଆଡମିସନ୍ ହୋଇପାରିବନି ଏବଂ ଡିଏମଇଟି ଏହାକୁ ସୁନିଶ୍ଚିତ କରିବେ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି।

ଯଦି ଏହି ସମୟରେ କୌଣସି ପ୍ରାର୍ଥୀ ଉଚ୍ଚ ଶିକ୍ଷା କରିବାର ସୁଯୋଗ ପାଆନ୍ତି ତାହେଲେ ବଣ୍ଡ ନିୟମ ରଦ୍ଦ ହେବ। ପାଠପଢ଼ା ସାରି ଫେରିବା ପରେ ପୁନର୍ବାର ଏହା ଲାଗୁ ହେବ। ଏଥିପାଇଁ ସେମାନଙ୍କୁ ଏକ ଆଫିଡେଭିଟ୍ ଦେବାକୁ ପଡ଼ିବ। ତେବେ ପାଠପଢା ଶେଷ ହେବାର ୬ ମାସ ମଧ୍ୟରେ ସରକାରୀ ଚାକିରି ଦେବାରେ ବିଫଳ ହେଲେ ବଣ୍ଡ ସର୍ତ୍ତାବଳୀ ରଦ୍ଦ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ