Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଶୋର ଗାୟକ ଅଂଶୁମାନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମାଟିର ଉଦୀୟମାନ କିଶୋର ଗାୟକ ଅଂଶୁମାନ ମହାନ୍ତି ଲୋକ ଗୀତ ପରିବେଷଣ କରି ସର୍ବ ଭାରତୀୟ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ କ୍ରମେ “ପରୀକ୍ଷା ପେ ଚରଚା” କାର୍ଯ୍ୟକ୍ରମରେ ଯୋଗଦେଇ କୁଚିଣ୍ଡା ଫେରିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା ସଭାରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ବିଧାୟକ କିଶୋର ନାୟକ, କଳାକାର ସଂଘ ପକ୍ଷରୁ ହୃଦାନନ୍ଦ ଶର୍ମା, ଜିଲ୍ଲା ସାହିତ୍ୟ ସଂସଦର ସଭାପତି ସୁବାସ ଚନ୍ଦ୍ର ନାୟକ, କୁଚିଣ୍ଡା କଲେଜର ଆଲୁମିନି ସଭାପତି ପ୍ରଫୁଲ୍ଲ ସାହୁ ରଙ୍ଗବତୀ କଳା ପରିଷଦର ପିଣ୍ଟୁ ଦଶଭାୟା, ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶାନ୍ତନୁ ସାହୁ, ବାଲିଯାତ୍ରା କମିଟି ସଭାପତି ବିଜୁ ସାହୁ ଓ ମହିଳା ସଂଗଠନର ସଦସ୍ୟା ଗଣ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଟାଉନହଲ ଠାରେ ଏହି କାର୍ଯ୍ୟକ୍ରମକୁ ମଳୟ ବେହେରା ପରିଚାଳନା କରିଥିବା ବେଳେ ଅଂଶୁମନ ର ପିତା ବାବୁନି ମହାନ୍ତି ଓ ମାତା ଅଧ୍ୟାପିକା ମଞ୍ଜୁଶ୍ରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ। କଳାକାର କାଞ୍ଚନ ଜୟପୁରିଆଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ