Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ କୁଚିଣ୍ଡା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ କବି ଓ ଲେଖକ ସମ୍ମିଳନୀ

ଜମନକିରା : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆଜି କୁଚିଣ୍ଡା ଟାଉନ ହଲରେ ଉପଖଣ୍ଡ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପ୍ରାୟ ଚାଳିଶ ଜଣ କବି ଓ ଲେଖକ ତାଙ୍କ ସ୍ୱରଚିତ କବିତା, କ୍ଷୁଦ୍ର ଗଳ୍ପ ଓ ପ୍ରବନ୍ଧ ଦିବସ ବ୍ୟାପୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୈଳାସ କୁମାର ଅଗ୍ରୱାଲ, ବସନ୍ତ ଚୌଧୁରୀ, ରଜନୀ ପଟେଲ, ରାମ ଚରଣ ରାୟ, ତୁଳସୀ ମଞ୍ଜରୀ ବହିଦାର, ପମୋଦ ନାୟକ, ଚତୁର୍ଭୁଜ ସାହୁ, ରବୀନ୍ଦ୍ର ଦାସ, ପୁର୍ନେନ୍ଦୁ ମହାନ୍ତି, ସୁବାସ ଚନ୍ଦ୍ର ଦେବତା, ସୁସ୍ମିତା ପଟେଲ, ସୌଦାମିନୀ ପଟେଲ, ପ୍ରମୋଦ କୁମାର ଖରସେଲ, ସୁଶାନ୍ତ ଗଜେନ୍ଦ୍ର ସିଂହ, ହୃଦାନନ୍ଦ ଶର୍ମା, ନିଶିକାନ୍ତ ସୁନାନୀ, ମନୋଜ ମେହେର, ସରୋଜ ମେହେର ପ୍ରମୁଖ ଚାଳିଶ ଜଣ ନିଜ ନିଜର ଶ୍ରେଷ୍ଠ କୃତିକୁ ଉପସ୍ଥାପନା କରିଥିଲେ। ପ୍ରାରମ୍ଭରେ ହିମାଂଶୁ ମହାନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହେମନ୍ତ ଗଜେନ୍ଦ୍ର ସିଂ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ। ଶେଷରେ ସୁବାସ ଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। କୃତି ସାହିତ୍ୟିକ ମାନଙ୍କୁ ଛଅ ତାରିଖ ଦିନ ମାନପତ୍ର ଦେଇ ସମ୍ମାନିତ କରାଯିବ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ସହ ଅଧ୍ୟାପକ ସତ୍ୟ ନାରାୟଣ ପଟେଲ, ସାମ୍ବାଦିକ ଗଗନ ଶର୍ମା, ପ୍ରଭାତ ବେହେରା, ବିଜୁ ସାହୁଙ୍କ ସମେତ ବହୁ ଭାଷା ଓ ସାହିତ୍ୟ ପ୍ରେମୀ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରୁଣ କୁମାର ସା ଙ୍କ ସମେତ କର୍ମଚାରୀ ଗଣ ଆୟୋଜନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।