Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଓଡ଼ିଆ ବିଶ୍ବ ସାହିତ୍ୟ ସମ୍ମିଳନୀ-୨୦୨୪ ଅନୁଷ୍ଠିତ ,ମିଳିଲା ନାହିଁ ମାନପତ୍ର , କୃତି ପ୍ରତିଯୋଗି ଅସନ୍ତୁଷ୍ଟ.

ଲକ୍ଷ୍ମୀପୁର , ୩।୨ : ଓଡ଼ିଆ ବିଶ୍ବ ସାହିତ୍ୟ ସମ୍ମିଳନୀ
କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ  ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ନେତୃବୃନ୍ଦଙ୍କ ସହିତ ସାହିତ୍ୟକ, ସାମ୍ବାଦିକ , ଶିକ୍ଷକ ଏବଂ ଶିକ୍ଷାବିତ୍ ଯୋଗଦେଇ ସରକାରଙ୍କ ଏଭଳି ଏକ ମହତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମ ରେ ଅନେକ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  କେତେକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ତେବେ ଆଶ୍ଚର୍ଯ୍ୟର କଥା କୃତି ପ୍ରତିଯୋଗୀଙ୍କୁ କେବଳ ଏକ କପ୍ ପ୍ରଦାନ କରାଯାଇ ସେମାନଙ୍କୁ ସନ୍ତୁଷ୍ଟ ହେବାରେ ସୀମିତ ରଖାଯାଇଥିଲା । ଆୟୋଜକ ମାନଙ୍କ ଆନ୍ତରିକତାର ଅଭାବ କାରଣରୁ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଟିଏ ମଧ୍ଯ ପ୍ରଦାନ କରା ଗଲା ନାହିଁ,ଯେଉଁଥିପାଇଁ ଏଠାରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ସରକାର ଭାଷା ପାଇଁ ଉତ୍ସାହର ସହିତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଏଭଳି କାର୍ଯ୍ୟ କ୍ରମ କରୁଥିବା ବେଳେ ପ୍ରମାଣପତ୍ର କିମ୍ବା ମାନପତ୍ର ଖଣ୍ଡେ ପାଇଥିଲେ ପିଲାଏ ତାହାକୁ ସାଇତି ରଖିଥାନ୍ତେ ବୋଲି ଆଲୋଚନା ହୋଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ଲୋକ ମାନଙ୍କୁ ଯେଉଁଭଳି ସାମିଲ କରାଯିବା କଥା ତାହା କରା ଯାଇନଥିବା କାରଣରୁ ଲୋକଙ୍କ ମାନଙ୍କ ସେଭଳି ଉପସ୍ଥିତ ଦେଖିବାକୁ ମିଳି ନଥିଲା । ଗୋଷ୍ଠୀ ଊନ୍ନୟନ ଅଧିକାରୀ ନିର୍ବାଚନ ତାଲିମ ପାଇଁ ଯାଇଥିବା କାରଣରୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହା ସମ୍ପାଦିତ ହୋଇଥିଲା ।ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷା, ସରପଞ୍ଚ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ