Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତାହେ ଯାଏ ତାତିରୁ ତ୍ରାହି ନାହିଁ; ଆଜି ରାଜଧାନୀ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ବଢୁଛି ତାତି। ଆଜି ସକାଳ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି। କେବଳ ଭୁବନେଶ୍ବର ନୁହେଁ କଟକରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଆଗାମୀ ସପ୍ତାହରେ ମଧ୍ୟ ତାତିର ପ୍ରଭାବ ଜାରି ରହିବ। ଟ୍ବିନ୍‌ ସିଟିରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା। ଆଜି କଟକ ଓ ଭୁବନେଶ୍ବର ତାପମାତ୍ରା ୩୭.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୭, ବାଲେଶ୍ବର ଓ ସମ୍ବଲପୁରରେ ୩୬ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରୀ ହୀରାକୁଦରେ ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କେନ୍ଦୁଝରରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୫ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ ଓ ପାରାଦ୍ବୀପରେ ୩୨.୮ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ