Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଓଡିଆ ସମ୍ମିଳନୀର ଅସଲ ପ୍ରେମ ପଦାରେ ପଡିଲା: ରବି ରଥ

ବିଶ୍ବ ଓଡ଼ିଆ ସମ୍ମିଳନୀ ରେ ଗଞ୍ଜାମ ଜିଲ୍ଲାର ସ୍ଥାନ ନାହିଁ ଓଡ଼ିଆ ଜାତୀୟ ଆନ୍ଦୋଳନ ରେ ଗଞ୍ଜାମ ଜିଲ୍ଲାର ଗୁରୁତ୍ବ ବହନ କରେ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପରିକଳ୍ପନା କରି ଥିଲେ ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ମର୍ଦ୍ଦରାଜ ଦେଓ । ତାଙ୍କ ପରିବାର ର ଅବଦାନ ସ୍ମରଣୀୟ ହୋଇ ରହିଛି ରହିବ। ରମ୍ଭା ନିବାସ ଖଲିକୋଟ ଐତିହାସିକ ପବିତ୍ର ପୀଠ। ଏହି ସ୍ଥାନ ରେ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପରିକଳ୍ପନା କରା ଯାଇ ଥିଲା। ତାଙ୍କ ଅବଦାନ କୁ ସ୍ମରଣ କରିବା ଲାଗି ସରକାର ଙ୍କ ଆନ୍ତରିକତା ଅଭାବ ର ପ୍ରମାଣ ଦେଖିବାକୁ ମିଳିଛି। ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ନିମନ୍ତ୍ରଣ ପତ୍ର ହେଉ କି ବିଜ୍ଞାପନ ରେ ହରିହର ମର୍ଦ୍ଦରାଜ ଙ୍କ ଛବି ନାହିଁ। ସେହି ପରି ଓଡ଼ିଆ ଭାଷା ଆନ୍ଦୋଳନ ସ୍ୱର ଥିଲେ ଶଶି ଭୂଷଣ ରଥ । ପ୍ରଥମ ଓଡ଼ିଆ ପତ୍ରିକା ଆଶା ପ୍ରତିଷ୍ଠା କରିଥିଲେ। ଯିଏ ଗୋପବନ୍ଧୁ ଦାସ ନୀଳକଣ୍ଠ ଦାସ ଙ୍କ ପରି ଅନେକ ଙ୍କ ପ୍ରେରଣା ଥିଲେ ପରବର୍ତ୍ତୀ ସମୟରେ ସତ୍ୟବାଦୀ ସମାଜ ପ୍ରକାଶ ପାଇଁ ବାଟ ଫିଟାଇ ପାରି ଥିବା ବ୍ୟକ୍ତିତ୍ବ ଶଶି ଭୂଷଣ ରଥ । ଆଶା ପ୍ରତିଷ୍ଠା ହେବା ପରେ ଗାଁ ଗାଁ ରେ ଜାତୀୟ ଆନ୍ଦୋଳନ ସ୍ୱର ରୂପେ ଏହା ଗ୍ରହଣୀୟ ହୋଇ ଥିଲା ଆଜି ଓଡିଆ ଭାଷା ବିଶ୍ଵ ସମ୍ମିଳନୀ ରେ ଶଶି ଭୂଷଣ ରଥ ଏଵଂ ହରିହର ମର୍ଦ୍ଦରାଜ ଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦାନ କରା ଯାଇ ନାହିଁ। ଖୋଦ୍ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପ୍ରତିନିଧି । ତାଙ୍କ ଜିଲ୍ଲା ରେ ବର ପୁତ୍ର ଅବହେଳିତ।ଭାଷା ଆନ୍ଦୋଳନ ସ୍ୱର ଯେଉଁ ଜିଲ୍ଲା ରେ ଶୁଭିଥିଲା ଏଵଂ ରାଜ୍ୟ ରେ ଗଞ୍ଜାମ ଜିଲ୍ଲାର ଅବଦାନ ସ୍ମରଣୀୟ ରହି ଥିଲା ବେଳେ ଓଡ଼ିଆ ଭାଷା ପ୍ରେମ ଅସଲ ରୂପ ପାଦରେ ପଡ଼ିଛି ବୋଲି ଭାଷା ପ୍ରେମୀ ଙ୍କ ପକ୍ଷ ରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ