ନୂଆଦିଲ୍ଲୀ: ଝାଡଖଣ୍ଡରେ ଯେଉଁ ଜମି ଦୁର୍ନୀତି କେସରେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା, ଏବେ ସେହି କେସରେ ଜଣେ କଂଗ୍ରେସ ସାଂସଦଙ୍କୁ ଇଡି ସମନ ପଠାଇଛି । ଝାଡଖଣ୍ଡରୁ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଯାଂଚ ଏଜେନ୍ସି ସମନ ପଠାଇଛି । ସୂତ୍ର ଅନୁଯାୟୀ, ଇଡିର ଟିମ୍ ମନି ଲଣ୍ଡ୍ରିଂ କେସରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ପଚରା ଉଚୁରା କରିବାକୁ ଚାହାନ୍ତି ।
ଇଡି ସରୋଜ ସାହୁଙ୍କୁ ହେମନ୍ତ ସୋରେନଙ୍କ ସହ ଜମି ଦୁର୍ନୀତି ସହ ସଂଶ୍ଳିଷ୍ଟ ବିଷୟରେ ଜେରା କରିବାକୁ ଚାହୁଁଛି । ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଇଡି ଟିମ୍ ଦିଲ୍ଲୀର ଜେଏମଏମ ନେତାଙ୍କ ଘରୁ ଯେଉଁ ବିଏମଡବ୍ଲ୍ୟ ଜବତ କରିଥିଲା ସେହି ବିଷୟରେ ମଧ୍ୟ ସରୋଜ ସାହୁଙ୍କୁ ଏଜେନ୍ସି ପଚାରିବାକୁ ଚାହୁଁଛି । ଯାଂ ଏଜେନ୍ସି ବୁଧବାର ଗୁରୁଗ୍ରାମର କରଦାପୁର ଗାଁରେ ଏକ ଠିକଣାରେ ଚଢାଉ କରିଥିଲା । ଆଉ ଏହି ଠିକଣାରେ ହରିୟାଣା ନମ୍ବରରେ ଏସୟୁଭି ପଞ୍ଜୀକୃତ ହୋଇଥିଲା । ଏହି କେସରେ କୋଲକାତାରେ ମଧ୍ୟ ଇଡି ଚଢାଉ କରିଥିଲା । ଇଡିର ସନ୍ଦେହ ଏହି ଗାଡି ସହ ଧୀରଜ ସାହୁଙ୍କ ସଂପର୍କ ରହିଛି ।
ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଇଡି ମନି ଲଣ୍ଡ୍ରିଂ ମାମଲାରେ ୪୮ ଘଂଟାର ଜେରା ପରେ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ ତାରିଖରେ ଗିରଫ କରିଥିଲା । ଗିରଫଦାରୀ ପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ସେ ଇଡି ହେପାଜତରେ ଅଛନ୍ତି । ଏହା ପୂର୍ବରୁ ଧୀରଜ ସାହୁଙ୍କ ଓଡିଶାର ବଲାଙ୍ଗିର ଜିଲ୍ଲାରେ ଇଡି ରେଡ୍ କରି ୩୫୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଜବତ କରିଥିଲା । ସେହି ସମୟରେ ଏହି କେସ ପୁରା ଦେଶରେ ଚହଳ ପକାଇଥିଲା ।