Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଘଣ୍ଟପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବହଲପଦର ସେମିଫାଇନାଲରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଘଣ୍ଟପାଲି ରେ ହେଉଥିବା ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ମ୍ୟାଚ ରେ ବହାଳପଦର ସେମି ଫାଇନାଲ ରେ ପ୍ରବେଶ କରିଛି। ଗୁରୁବାର ପ୍ରଥମ ମ୍ୟାଚରେ କର୍ଡାପାଲ କୁ ହରାଇ ବହଳପଦର ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ ଟି ଘଣ୍ଟପାଲି ଓ କେନ୍ଦୁପାଲି ମଧ୍ୟରେ ହୋଇଥିଲା । ଏଥିରେ ଘଣ୍ଟପାଲି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚଟି ପ୍ରଥମ ମ୍ୟାଚ ର ବିଜେତା ବହଳପଦର ଓ ଦ୍ଵିତୀୟ ମ୍ୟାଚ ର ବିଜେତା ଘଣ୍ଟପାଲି ମଧ୍ୟରେ ହୋଇଥିଲା । ଏଥିରେ ବହଳପଦର ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୮ ଓଭର ରେ ୩ ଉଇକେଟ ହରାଇ ୧୩୬ ରନ କରିଥିଲା। ଜବାବ ରେ ଘଣ୍ଟପାଲି ଦଳ ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୯୩ ରନ କରି ପରାସ୍ତ ହୋଇଥିଲା । ଫଳରେ ବହଳପଦର ଦଳ ସେମି ଫାଇନାଲ ରେ ପ୍ରବେଶ କରିଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ସ୍ବେଚ୍ଛାସେବୀ ବିଶ୍ୱବାସ ହୋତା ମୁଖ୍ୟ ଅତିଥି ଓ କ୍ରୀଡାବିତ ସୁଶୀଲ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବହଳପଦର ର ସରୋଜ ସେଠି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେଇଥିଲେ l ଖେଳଗୁଡିକ ବିଭୁତି ପଧାନ ଓ ରୋସନ ସାମଲ ପରିଚାଳନା କରିଥିବା ବେଳେ ଲିପୁନ ହୋତା ସ୍କୋରିଙ୍ଗ କରିଥିବାବେଳେ ମାନସ ନନ୍ଦ ଧାରବିବରଣୀ ଦେଇଥିଲେ l