ନୂଆଦିଲ୍ଲୀ: ପାକିସ୍ତାନ ନିର୍ବାଚନର ଫଳାଫଳ ଆସି ସାରିଛି । ଜେଲରେ ଥିବା ଇମ୍ରାନ ଖାନଙ୍କ ପାର୍ଟି ନୱାଜ ସରିଫଙ୍କ ପାର୍ଟିକୁ କଡା ଟକ୍କର ଦେଉଛନ୍ତି । ଇମ୍ରାନଙ୍କ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ଏବଂ କେନ୍ଦ୍ରରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରି ସାରିଛନ୍ତି । ହେଲେ ଅନ୍ୟପଟେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ପୁଅ ଦଲହା ସଇଦ ଲାହୋର ଏନଏ-୧୨୨ ସିଟରୁ ପରାଜିତ ହୋଇଛି । ଦଲହା ଶୋଚନୀୟ ଭାବେ ପରାସ୍ତ ହୋଇଛି ଏବଂ ତାକୁ କେବଳ ୨୦୪୨ ଭୋଟ୍ ମିଳିଛି । ଅର୍ଥାତ ପାକିସ୍ତାନବାସୀ ଆତଙ୍କବାଦୀଙ୍କୁ ଚାହୁଁନଥିବା ଏଥିରୁ ପ୍ରତୀତମାନ ହେଉଛି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଲତିଫ ଖୋସା ତାଙ୍କୁ ପରାସ୍ତ କରିଛନ୍ତି । ଖୋସା ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି । ତଲହା ସଇଦକୁ ହାଫିଜ ସଇଦର ଉତରାଧିକାରୀ କୁହାଯାଏ । ଆତଙ୍କର ସାମ୍ରାଜ୍ୟ ବିସ୍ତାର କରିବାରେ ତଲହା ନିଜ ପିତା ହାଫିଜକୁ ସହାୟତା କରିଥାଏ । ଭାରତ ସରକାର ତଲହାକୁ ମଧ୍ୟ ଆତଙ୍କୀ ଘୋଷିତ କରି ସାରିଛି । କୁହାଯାଉଛି ଭାରତରେ ଅନେକ ଆକ୍ରମଣ ପଛରେ ତଲହାର ହାତ ରହିଛି । ତେବେ ଏହି ନିର୍ବାଚନରେ ପାକିସ୍ତାନବାସୀ ଏହି ସଙ୍କେତ ଦେଇଛନ୍ତି ଯେ, ସେମାନେ ଆତଙ୍କବାଦଙ୍କୁ ପସନ୍ଦ କରୁ ନାହାନ୍ତି ।
ସୂଚନାଯୋଗ୍ୟ, ଲସ୍କର ଏ ତୋଇବାର ସଂସ୍ଥାପକ ହାଫିଜ ସଇଦ ଓ ପ୍ରତିବନ୍ଧିତ ଜମାତ ଉଦ ଦାୱାର ଅନେକ ନେତା ୨୦୧୯ରୁ ଜେଲରେ ଅଛନ୍ତି । ସଇଦର ନେତୃତ୍ୱରେ ଜେୟୁଡି ଲସ୍କର ଏ ତୈବାର ଅଗ୍ରଣୀ ସଂଗଠନ, ଯିଏ ୨୦୦୮ର ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ । ଏଥିରେ ଆମେରିକା ସହ ୧୬୬ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।