ନୁଆଁ ତିହୁରା ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ


ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଳକ ନୁଆଁ ତିହୁରା ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଙ୍କ ସମସ୍ତ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଓ ସରକାରୀ ଯୋଜନା ଗୁଡିକ ଘରେ ଘରେ ପହଂଚାଇ ଲୋକଙ୍କୁ ସଚେତନ କରିବା ପାଇଁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ। ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାଏକ, ବିଜେଡି ଯୁବ ନେତା ଵିଶାଲ ଦାସ, ଦେବେନ୍ଦ୍ର କିଶୋର ପତି, ହେମନ୍ତ ପଣ୍ଡା, ମୋତିଲାଲ ତନ୍ତୀ, ସୁରଜା ସେଠ, ଇଂ ଗାନ୍ଧୀ ବେହେରା, ବିଜେଡି ଯୁବ ନେତ୍ରୀ ମୋନିକା ବେହେରା, ଶୁଶୀଲ କିଷାନ, ରୀନା ତନ୍ତୀ, ଗୋବର୍ଦ୍ଧନ ସାହୁ, ଅଶୋକ ବାରିକ, ଗକୁଲା ଖମାରୀ, ସୁଧାଂଶୁ ପୁଝାରି। ପ୍ରମୁଖ ଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।