Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଞ୍ଜାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ମହୋତ୍ସବ; ବିଦ୍ୟା ଅଟଇ ମହାଧନ ମୁଖ୍ୟଅତିଥି ସହକାରୀ ଶିକ୍ଷା ଅଧିକାରୀ ଦେବକୀ ନାଏକ

ଜମନକିରା : ଜମନକିରା ବ୍ଲକ ବଡମାଳ ପଞ୍ଚାୟତ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଗତକାଲି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ଝଙ୍କାର ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଦେବକୀ ନାଏକ ଯୋଗ ଦେଇ ଶିକ୍ଷା ହିଁ ସଫଳତାର ମୂଳମନ୍ତ୍ର, ଶାରିରୀକ ଓ ମାନସିକ ସ୍ତରରେ ବିକାଶ ହେଲା ନିଜର ଉନ୍ନତି ହୋଇପାରିବ, ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ ବୋଲି ଛାତ୍ରୀଛାତ୍ର ମାନଙ୍କୁ ବୁଝାଇଥିଲେ। ମୁଖ୍ୟବକ୍ତା ଭାବେ ସରକାରୀ ଏସଏସଡୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗଦେଇ ମନକୁ ଦୃଢ଼ କଲେ ସବୁ କ୍ଷେତ୍ରରେ ବିଜୟ ହେବା ସୁନିଶ୍ଚିତ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟା ଜେମାଦେଇ ମାଝୀ, ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ବାଘ, ମୋ ସ୍କୁଲ ସଭାପତି କର୍ମୁଚରଣ ବାଘ, ବିଷ୍ଣୁ ଚରଣ ଧାନ, ବୀରେନ ସାହୁ, ରମଣୀ କିଶାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ନାଏକ, ଗଜେନ୍ଦ୍ର କୁମାର ପଟେଲ, ସୁନିଲ କୁମାର ସାହୁ, ଭବାନୀ ଶଙ୍କର ନାଏକ ଏବଂ ଶୋଭିତ ଠାକୁର ପ୍ରମୁଖ ଯୋଗଦେଇ ଲକ୍ଷ୍ୟ ସ୍ଥିର କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ, ଜୀବନରେ ଯେତେ ବି ପ୍ରତିବନ୍ଧକ ଆସୁ ତାକୁ ମୁକାବିଲା କରି ଆଗକୁ ବଢିବା, ଜୀବନରେ ଆତ୍ମ ବିଶ୍ୱାସ ଓ ଆତ୍ମ ପ୍ରଚେଷ୍ଟା ମଣିଷ କୁ ସଫଳତା ଦେଇଥାଏ, ବିଦ୍ୟାଳୟ ହେଉଛି ବିଶାଳ ବଟବୃକ୍ଷ ସଦୃଶ୍ୟ, ମନ୍ଦିର ସଦୃଶ୍ୟ। ପୂଜକ ଯଦି ଭଲରେ ପୂଜା କରେ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ମାନସିକ ସୁସ୍ଥତା ପାଇଁ ସ୍କୁଲର ବାର୍ଷିକ ମହୋତ୍ସବ ମନରେ ଆନନ୍ଦ ଦେଇଥାଏ। ସୁସ୍ଥ ଶରୀର ପାଇଁ ସୁଷମ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ ବୋଲି ବୋଲି ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ମାଧ୍ୟମରେ ବୁଝେଇ ଥିଲେ। ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଝାଂକର ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ଗଜିନ୍ଦ୍ର କୁମାର ପଟେଲ ପରିଚାଳନା କରିଥିଲେ। ସହକାରୀ ଶିକ୍ଷକ ସୁନିଲ କୁମାର ସାହୁ ଏବଂ ଭବାନୀ ଶଙ୍କର ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ ସହକାରୀ ଶିକ୍ଷୟିତ୍ରି କର୍ତ୍ତ୍ରୀନା କୁଲୁ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପିରାମିଡ ଓଡ଼ିଶୀ ନୃତ୍ୟ, ବିହୁ ନୃତ୍ୟ, ନାଟକ, ସମ୍ବଲପୁରୀ ନୃତ୍ୟ, ଗୀତ, ସଙ୍ଗୀତ ଓ ରେକର୍ଡ ନୃତ୍ୟ ପ୍ରଭୁତି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ବେଶ ଜନାଦୃଷ୍ୟ ହୋଇଥିଲା। ଏଥିରେ ବହୁ ଅଭିଭାବକ, ଅଭିଭାବିକା ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ