Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ବିରୋଧରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ (SUJ) ପକ୍ଷରୁ ଦାବିପତ୍ର ପ୍ରଦାନ

ସମ୍ବଲପୁର : ଚଳିତ ମାସ ନଅ ତାରିଖ ଶୁକ୍ରବାର ଦିନ ବଡ଼ ଖବର ପ୍ରତିନିଧି ଜ୍ୟୋତି ରଞ୍ଜନ ମହାପାତ୍ର ଭୁବନେଶ୍ବର ସ୍ଥିତ ତାଙ୍କ କାର୍ଯ୍ୟାଳୟ ରୁ ନିଜ ବାସସ୍ଥାନ କୁ ଫେରୁଥିବା ସମୟରେ ଚାରି ଜଣ ଦୁର୍ବୃତ୍ତ ଶ୍ରୀ ମହାପାତ୍ର ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଏଇ ଆକ୍ରମଣର ପ୍ରତିବାଦ ସ୍ୱରୂପ ଆଜି ରାଜ୍ୟ ସାମ୍ବାଦିକ ସଙ୍ଘ (SUJ) ସମ୍ବଲପୁର ଶାଖା ପକ୍ଷରୁ ସଭାପତି ଶ୍ରୀ ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବହିଦାର, କୋଷାଧ୍ୟକ୍ଷ ଜୀତେନ୍ଦ୍ର ମୁଦୁଲି, ସମ୍ପାଦକ ସଞ୍ଜୀବ ସାହୁ ଏବଂ ଜମନକିରା ବ୍ଲକ ସଭାପତି ସତ୍ୟପ୍ରିୟ ମହାପାତ୍ର ପ୍ରମୁଖ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଏସପି, ଆରଡିସି ଏବଂ ଉତ୍ତରାଞ୍ଚଳ ଆରକ୍ଷୀ ଅଧିକ୍ଷକ(ଆଇ ଜି) ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣର ଆସୁ ସମାଧାନ ପାଇଁ ଆଲୋଚନା କରିଥିଲେ। ଏଥିସହ ସଂପୃକ୍ତ ଅଭିଯୁକ୍ତ ଏବଂ ତାଙ୍କ ପଛରେ ଯାହାର ହାତ ରହିଛି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ