Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ସହରରେ ଲାଗିଛି ପୋଷ୍ଟର

କଂଟାବାଞ୍ଜି: କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି । ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏପରିକି ବ୍ୟାନରରେ ହତ୍ୟା ଧମକ ଦେଇଥିବା ଯୁବକର ଫଟୋ ବି ରହିଛି । ସୋମବାର ସକାଳେ ପୋଷ୍ଟର ଜବତ କରିବା ସହ କଂଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ କଂଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ବାହାରେ ଥିବା ଦୋକାନରେ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ ଧଳା ରନ୍ତ୍ରେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନରେ ହତ୍ୟା କରିବି ବୋଲି ଲେଖା ହୋଇଛି । ବ୍ୟାନରରେ ଜଣେ ଯୁବକଙ୍କ ଫଟୋ ରହିଛି । ପୋଷ୍ଟର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଟାବାଞ୍ଜି ପୋଲିସ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି ।