Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ବୁଥ-ଗାଁକୁ ଚାଲ ଅଭିଯାନ

ସମ୍ବଲପୁର(ପଡିଆବାହାଲ): ଭାରତୀୟ ଜନତା ପାର୍ଟି ପଡିଆବାହାଲ ମଣ୍ଡଳ ପକ୍ଷରୁ ବୁଥ-ଗାଁକୁ ଚାଲ ଅଭିଯାନକୁ ବ୍ୟାପକ କରାଯାଇଛି।ଗତକାଲି ଡଙ୍ଗରପଡା ପଞ୍ଚାୟତର ହୀରୋ ଗ୍ରାମ ଠାରେ ଏହି ଅଭିଯାନର ଶୁଭାରମ୍ଭ ହୋଇ ଘରକୁ ଘର ବୁଲି ବିଜେପି ନେତା ଓ କର୍ମୀ ଜନ ସଂପର୍କ ସ୍ଥାପନ କରିଥିଲେ। ଏହି ଅବସରରେ ଗାଁରେ ଏକ ସଭାର ମଧ୍ୟ ଆୟୋଜନ ହୋଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ସୀମାଞ୍ଚଳ ଖଟେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁଯୋମୁରା ଯୋନ-୧ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଟିକି ପ୍ରଧାନ,କବରାପାଲି ସମିତିସଭ୍ୟା ବନିତା ଓରାମ,ବାହାମ ସରପଞ୍ଚ୍ ସରସ୍ବତୀ ଭୋସାଗର, ପଡିଆବାହାଲ ମଣ୍ଡଳ ସଭାପତି ବିନୋଦ ମେହେର,ଜିଲ୍ଲା ସଂପାଦକ ପ୍ରମୋଦ ମିଶ୍ର ପ୍ରମୁଖ ଘରକୁ ଘର ବୁଲି ପରିବାରଙ୍କ ସହ ଜନ ସଂପର୍କ ସ୍ଥାପନ କରି ବିଜେପିର ବିଭିନ୍ନ ଜନହିତକର କାର୍ଯ୍ୟ ବିଷୟରେ ଅବଗତ କରାଇବା ସହିତ ଲୋକଙ୍କ ଜନ ସମସ୍ୟା ମଧ୍ୟ ବୁଝିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ