Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ, ଲାଇନ ବିଭାଗର ଅଧିକାରୀ ଅନୁପସ୍ଥିତ ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ଅଧିକାରୀ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଗତକାଲି ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଅଛି। ବିଡ଼ିଓ ରୀନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ombudsman ଅଧିକାରୀ ବ୍ରଜେନ୍ଦ୍ର କିଶୋର ପଣ୍ଡା, ଜିଲ୍ଲା ସାମାଜିକ ସମୀକ୍ଷକ ଆରତତ୍ରାଣ ଶତପଥୀ, ଏ ବିଡ଼ିଓ ରବୀନ୍ଦ୍ର ରଣା, ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ, ଏପିଓ ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ରହି ମନରେଗା ଯୋଜନାର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ। ଏଥିରେ ମୋଟ ୭୮ ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ବନ ବିଭାଗର ୬, ଗ୍ରାମପଞ୍ଚାୟତର ୫୦, ଉଦ୍ୟାନ ବିଭାଗର ୩ ଏବଂ ଆଈଟିଡିଏ ର ୧୨ ଏବଂ ମୃତ୍ତିକା ସଂରକ୍ଷଣ ର ୭ ଟି ପ୍ରକଳ୍ପର ସମସ୍ୟା ଥିବା ନେଇ ଅଭିଯୋଗ ଶୁଣାଣୀ ହୋଇଥିଲା। ସାମାଜିକ ସମୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ବେଳେ କେତେକ ଲାଇନ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା। ସେଥିପାଇଁ ସେମାନଙ୍କ କୈଫେତ ତଲବ ମାଗିବା ପାଇଁ ଅଧିକାରୀ ନିର୍ଦ୍ଦେଶ କରିଥିଲେ। ଅଧିକାରୀ ଅସନ୍ତୋଷ ପ୍ରକାଶ କରି ସଂପୃକ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଖିଲାପି ଅଧିକାରୀଙ୍କ ଠାରୁ recovery ହେଉ ଯାହାକି ଆଗାମୀ ଦିନରେ ସେପରି ଭୁଲ ତାଙ୍କର ନହେବ ସେଥି ପ୍ରତି ଯତ୍ନବାନ ହେବେ ବୋଲି ତାଗିଦ କରିଥିଲେ। ଶେଷରେ ଏପିଓ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମୀକ୍ଷା ବୈଠକ କୁ ବିଡ଼ିଓ ସୁଶ୍ରୀ ନାଏକ ସଭା ସାଙ୍ଗ କରିଥିଲେ।